Below header

ବାଦୁଡ଼ି ଭଳି ଦେଖାଯାଉଥିବା ଏହି ବିଲେଇ ଏବେ ସୋସିଆଲ ମିଡିଆ ଷ୍ଟାର, ଭାଇରଲ ହେଉଛି ଫଟୋ ଓ ଭିଡିଓ

ଏବେ ଏକ ବିଲେଇର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଏହା ଦେଖିବାକୁ କୌଣସି ସାଧାରଣ ବିଲେଇ ପରି ନୁହେଁ, ବରଂ ପୂରାପୂରି ଅଲଗା । କହିବାକୁ ଗଲେ ବାଦୁଡ଼ି ଭଳି ଦେଖାଯାଉଥିବା ଏହି ବିଲେଇଟି ହାଇଡ୍ରୋକେପଲେନ୍ସ ନାମକ ଏକ ଗମ୍ଭୀର ନ୍ୟୁରୋଲୋଜିକାଲ କଣ୍ଡିସନରେ ପୀଡିତ । ଏହାର ନାଁ ଲୁସି । ତାକୁ ଜିଲା ବର୍ଗମିନି ପାଳିଛନ୍ତି । ସେ ତାଙ୍କର ଜଣେ ସାଙ୍ଗଙ୍କଠାରୁ ବିଲେଇଟିକୁ ଆଣିଥିଲେ ।

 

View this post on Instagram

 

When I was just a baby 🧠🦇 #tbthursday

A post shared by Hydrocefalus Nude Kitten (@lucythebatcat) on

ଏବେ ବିଲେଇଟି ସୋସିଆଲ ମିଡିଆରେ ଷ୍ଟାର ହୋଇଯାଇଛି । ବିଶ୍ୱର କୋଣ ଅନୁକୋଣରଲୋକେ ଏହାକୁ ଜାଣିଛନ୍ତି । କାରଣ, ଇନଷ୍ଟାଗ୍ରାମରେ ଲୁସି ଦ ବ୍ୟାଟ କ୍ୟାଟ ନାଁରେ ଏକ ପେଜ ରହିଛି, ଯେଉଁଠି 23 ହଜାରରୁ ଅଧିକ ଲୋକ ତାକୁ ଫଲୋ କରୁଛନ୍ତି ।

ପ୍ରଥମେ ପ୍ରଥମେ ଜିଲାଙ୍କୁ ବିଲେଇ ପାଇଁ ବହୁତ ସମସ୍ୟା ହେଉଥିଲା। କିନ୍ତୁ ପରେ ସେ ତାଙ୍କୁ ନିଜ ଛୁଆ ଭଳି ପାଳିଥିଲେ। ସବୁ ପ୍ରକାର ଯତ୍ନ ନେଇଥିଲେ । ଏବେ ବି ସେ ଏହାକୁ ଜାରି ରଖିଛନ୍ତି । ଫଳରେ ବିଲେଇଟି ବର୍ତ୍ତମାନ ସାଧାରଣ ବିଲେଇ ପରି ଭଲରେ ଚାଲବୁଲା କରୁଛି, ଖେଳୁଛି, ଖାଉଛି, କ୍ଷୀର ପିଉଛି । କେବେ କେବେ ଝରକା ପାଖେ ବସି ଚଢେଇମାନଙ୍କୁ ଦେଖି ଖୁବ ମଜା ନେଉଛି । ଏହି ବାଦୁଡ଼ି ବିଲେଇକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.