ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟ ବାହାରୁ କୌଣସି ବସ୍‌ ଆସି ପାରିବ ନାହିଁ, ଅନ୍ତଃରାଜ୍ୟ ବସ୍‌ ଚଳାଚଳାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି କଟକଣା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟ ବାହାରୁ କୌଣସି ବସ୍‌ ଆସି ପାରିବ ନାହିଁ। କିମ୍ବା ରାଜ୍ୟର କୌଣସି ବସ୍‌ ରାଜ୍ୟ ବାହାରକୁ ଯାଇ ପାରିବ ନାହିଁ। ଅନ୍ତଃରାଜ୍ୟ ବସ୍‌ ଚଳାଚଳାକୁ ନେଇ ଅନିର୍ଦ୍ଦିଷ୍ଟ କାଳ ଲାଗି କଟକଣା ଲାଗିଛି। କିନ୍ତୁ ଲକ୍‌ ଡାଉନ୍‌ ସମୟରେ ମାଲ ପରିବହନକୁ ବାଦ୍‌ ଦିଆଯାଇଛି। ମାଲ ପରିବହନ ସୁଚାରୁରୂପେ ପରିଚାଳନା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା, ଓଡ଼ିଶାକୁ ବିଦେଶରୁ ଆସିଥିବା ୩ ହଜାର ୪୭୪ ଜଣ ପଞ୍ଜୀକରଣ କରିଛନ୍ତି। ଆଜି ଯାଏ ୭୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ୨ ଜଣଙ୍କ ପଜିଟିଭ୍‌ ଆସିଛି। ଉଭୟ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଜଣେ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ଜଣେ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ସହ ୫୬ ଜଣ ସଂସ୍ପର୍ଶରେ ଆସିଥିବା ତଥ୍ୟ ମିଳିଛି। ସେଥିରୁ ୨୮ ଜଣ ଆଇସୋଲେସନରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.