ଠାକୁରେ ରହିଲେ ଏବେ ଆମେ କ୍ୱାରେଣ୍ଟାଇନ୍‌ରେ ରହିବା : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନାକୁ ନେଇ ଅତ୍ୟନ୍ତ ସତର୍କ ରହିବା ଜରୁରୀ । କାରଣ ବିଶ୍ୱରେ ଆମେରିକା ଭଳି ଶକ୍ତିଶାଳୀ ଦେଶ ଯିଏ ଗତକାଲି ସଂକ୍ରମଣରେ ଛଅ ନମ୍ବରରେ ରହିଥିଲା ସିଏ ଆଜି ତିନି ନମ୍ବରରେ ପହଞ୍ଚିଛି । ତେଣୁ କିଭଳି ଭାବେ ଏହି ଭାଇରସ୍‌କୁ ରୋକି ହେବ ସେଥିପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ । ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ ପୁଣି ଉଦାହରଣ ଛଳରେ କହିଛନ୍ତି ଯେ ଠାକୁରଙ୍କ ଭଳି ଆମକୁ ମଧ୍ୟ କରୋନା ଠାରୁ ବଞ୍ଚାଇ ରଖିବାକୁ କ୍ୱାରେଣ୍ଟାଇନ୍‌ ବା ଲକ୍‌ଡାଉନ୍‌ରେ ରହିବାକୁ ପଡ଼ିବ ।

କିଭଳି ଆଠ ଦିନ ଘରେ ରହିବେ

ଶ୍ରୀଜଗନ୍ନାଥଙ୍କ ସହ ତୁଳନା କରି ବାଗଚି ଲୋକଙ୍କୁ ଧୈର୍ଯ୍ୟର ସହ ଲକ୍‌ଡାଉନ୍‌ରେ ରହିବାକୁ କହିଛନ୍ତି । ମାନସିକ, ଶାରୀରିକ ଭାବେ ନିଜକୁ ଦୃଢ଼ ରଖିବା ସହ ଅନ୍ୟମାନଙ୍କୁ ସାହସ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

ବସ୍‌ କଟକଣା

ଆସନ୍ତାକାଲି ଠାରୁ ଅନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ । ବାହାର ରାଜ୍ୟରୁ ଆସୁଥିବା ବସ୍‌କୁ ଆସନ୍ତାକାଲି ଦିନ ୧୧ଟା ପରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ସେହିପରି ରାଜ୍ୟ ଭିତରୁ ମଧ୍ୟ ରାଜ୍ୟ ବାହାରକୁ ବସ୍‌ ଚାଲିବ ନାହିଁ । ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ଯାଏ ଲାଗୁ ହେଲା ବୋଲଇ ବାଗଚି କହିଛନ୍ତି ।

ଲକ୍‌ଡାଉନ୍‌ କଣ

କର୍ଫ୍ୟୁ ଓ ଲକ୍‌ଡାଉନ୍‌ ଭିତରେ କଣ ପାର୍ଥକ୍ୟ ତାକୁ ବୁଝାଇବା ସହିତ ଲକ୍‌ ଡାଉନ୍‌ ବେଳେ ମାଲବାହୀ ଯାନବାହନ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ପଞ୍ଜୀକରଣ ସଂଖ୍ୟା

ଏପର୍ଯ୍ୟନ୍ତ ବିଦେଶରୁ ଆସିଥିବା ୩୪୭୪ ଜଣ ପଞ୍ଜୀକରଣ କରିଛନ୍ତି । ଆଜିଯାଏ ମୋଟ୍‌ ୭୬ ନମୂନା ଯାଞ୍ଚ ପାଇଁ ପଠାଯାଇଥିବା ବେଳେ ପୂର୍ବରୁ ଥିବା ସେହି ଦୁଇଟି ପଜେଟିଭ୍‌ ବ୍ୟତୀତ ବାକି ସବୁ ନେଗେଟିଭ୍‌ ରିପୋର୍ଟ ଆସିଛି । ସନ୍ଦେହରେ ୨୮ ଜଣଙ୍କୁ ହସପିଟାଲରେ ରଖାଯାଇଛି । ୫୬ ଜଣ ଅନ୍ୟ ରୋଗୀଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ବାଗଚି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.