Below header

ଯାଜପୁର: ଅଭିନବ ଢଙ୍ଗରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ହେଲମେଟ୍ ପିନ୍ଧି ଗାଡି ଚଳାଇବାକୁ ଗୁହାରୀ କଲେ ଛାତ୍ରଛାତ୍ରୀ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏନେଇ ବିଭିନ୍ନ ସମୟରେ ସଡକ ସୁରକ୍ଷା ସଂପର୍କିତ ସଚେତନତା ଓ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ରୋକ୍ ଲାଗୁନାହିଁ ।

ତେବେ ସଚେତନ ନାଗରିକ ମଂଚ ଓ ଜେନାପୁର ପୋଲିସ ମିଳିତ ଉଦ୍ୟମରେ ଜିଲ୍ଲାର ମର୍ଜିତାପୁରଠାରେ ଆୟୋଜିତ ହୋଇଥିଲା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ଯେଉଁଠାରେ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ ।

ବିଶେଷ କରି ରାସ୍ତାରେ ହେଲମେଟ୍ ପିନ୍ଧି ଯାଉଥିବା ଗାଡି ଚାଳକଙ୍କୁ ପୂଜାର୍ଚ୍ଚନା କରିବା ସହ ବିନା ହେଲମେଟ୍ ପିନ୍ଧା ଚାଳକଙ୍କୁ ହାତଯୋଡି ହେଲମେଟ୍ ବ୍ୟବହାର କରିବାକୁ ଗୁହାରୀ କରିଥିଲେ । ଏଥିରେ ସାମିଲ ହୋଇଥିଲେ ସ୍ଥାନୀୟ ସଚେତନ ନାଗରିକ ମଂଚର ଯୁବକ ଓ ପୁଲିସ କର୍ମଚାରୀ । ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ଯାଜପୁର ଏସପି ଚରଣ ସିଂ ମୀନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ମଂଚରେ ଯଜେ୍ଞାତ୍ସବର ଆୟୋଜନ କରାଯାଇଥିଲା । ଯାହାର କର୍ତା ସାଜିଥିଲେ ଖୋଦ୍ ଯାଜପୁର ଏସ୍‌ପି ଚରଣ ସିଂ ମୀନା । ଯଜ୍ଞରେ ଘୃତାହୁତି ଦେବା ସହ ପୋଷ୍ଟକାର୍ଡରେ ନିଜ ପରିବାରକୁ ସଡକ ସୁରକ୍ଷା ସଂପର୍କିତ ଚିଠି ଲେଖିଥିଲେ । ଉତ୍ସବରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ, ଯୁବକମାନଙ୍କୁ ମଂଚ ପକ୍ଷରୁ ଏକ ହଜାର ପୋଷ୍ଟକାର୍ଡ ପ୍ରଦାନ କରାଯିବା ପୂର୍ବକ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦିଆଯାଇଥିଲା ।

jajpur awarness 5ଏଥିସହ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତିଥିବା ବ୍ୟକ୍ତିବିଶେଷଙ୍କୁ ମଂଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଚେତନ ନାଗରିକ ମଂଚ ଓ ଜେନାପୁର ପୋଲିସର ଏଭଳି ଅଭିନବ ପଦକ୍ଷେପ ସଡକ ସୁରକ୍ଷା ସଚେତନତା ଦିଗରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.