Below header

ଉଦଘାଟିତ ହେଲା ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ୨୦୧୯, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍):    ଉଦଘାଟିତ ହୋଇଛି ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ୨୦୧୯ । ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଦିନ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କଳା ସାମଗ୍ରୀ ପ୍ରଦର୍ଶିତ ହେଉଛି ।

naveen on tribal festival

ଓଡିଶା ସମେତ ୧୮ଟି ରାଜ୍ୟର ୨୪୦ରୁ ଅଧିକ ଜନଜାତି କଳାକାର ଏଠାରେ ଅଂଶଗ୍ରହଣ କରିଛନ୍ତି । ହସ୍ତତନ୍ତ, ଲୌହ, ବାଉଁଷ , ଲାଖ , ଜନଜାତି ଅଳଙ୍କାର, ଡୋକ୍ରା ଶିଳ୍ପ , ଜନଜାତି ବସ୍ତ୍ର ଓ ଚିତ୍ରକଳା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି । ଜନଜାତିର କଳା ସଂସ୍କୃତିର ସଂରକ୍ଷଣ ବିକାଶ ଓ ସେଗୁଡିକୁ ଅଧିକ ଲୋକପ୍ରିୟ କରାଇବା, ଜନଜାତି କଳାକାରଙ୍କୁ ଦକ୍ଷ କଳାକାର ଭାବେ ପ୍ରତିଷ୍ଠିତ କରିବା ସହ ସ୍ୱାବଲମ୍ବୀ କରିବା ହେଉଛି ମେଳାର ମୂଳ ଉଦ୍ଦେଶ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.