ମହାରାଷ୍ଟ୍ରରେ ପ୍ରତି ଘଣ୍ଟାରେ ବଦଳୁଛି ରାଜନୈତିକ ଚିତ୍ର, ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ଅଜିତ ପାୱାର ଆଉଟ୍‌

କେନ୍ୟୁଜ୍(ବ୍ୟୁରେ): ମହାରାଷ୍ଟ୍ର ମହାନାଟକରେ ପ୍ରତି ଘଣ୍ଟାରେ ବଦଳୁଛି ରାଜନୈତିକ ଚିତ୍ର । ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ଅଜିତ ପାୱାରଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ଏନ୍‌ସିପି ବିଧାୟକ ଦଳର ନୂଆ ନେତା ଭାବେ ଚୟନ କରାଯାଇଛି । ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଦ୍ୱାରା ଡକାଯାଇଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦଳୀୟ ଶୃଙ୍ଖଳା ବାହାରକୁ ଯାଇ ଅଜିତ ପାୱାର୍‌ ଆଜି ସକାଳେ ବିଜେପି ସହ ମିଶି ସରକାର ଗଠନ ନେଇ ଶପଥପାଠ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡ୍‌ନାଭିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର । ଏପଟେ ଏନ୍‌ସିପି ବିଧାୟକ ଦଳ ବୈଠକ ପରେ ଶରଦ ପାୱାର ଦାବି କରିଛନ୍ତି ୫୪ ବିଧାୟକଙ୍କ ମଧ୍ୟରୁ ୫୦ ବିଧାୟକ ତାଙ୍କ ସହ ଅଛନ୍ତି ।… ସେପଟେ ଶପଥଗ୍ରହଣ ଉତ୍ସବକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ୍‌ ଦାୟର କରିଛି ଶିବସେନା-ଏନ୍‌ସିପି-କଂଗ୍ରେସ । ରାତି ସୁଦ୍ଧା ଶୁଣାଣି କରି ଶପଥଗ୍ରହଣ ଉତ୍ସବକୁ ରଦ୍ଦ ପାଇଁ ଆବଦନ କରାଯାଇଛି ।.

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.