ଉଦଘାଟିତ ହେଲା କେଡିଏମ କ୍ରିକେଟ୍ ମହାକୁମ୍ଭ,  ଉଦଘାଟନୀ ମ୍ୟାଚ୍ ଜିତିଲା ଅଭୟପୁର ପଞ୍ଚାୟତ ଟିମ୍ 

ଯାଜପୁର(କେନ୍ୟୁଜ୍): ଜାରକା ଷ୍ଟାଡିୟମରେ ଆଜି ଉଦଘାଟିତ ହୋଇଯାଇଛି କେଡିଏମ୍ କ୍ରିକେଟ୍ ମହାକୁମ୍ଭ । କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟ୍କୁ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚରେ ମହିଶରା ପଞ୍ଚାୟତ ଟିମକୁ ୫୪ରନରେ ପରାସ୍ତ କରି ଅଭୟପୁର ଟିମ୍ ବିଜୟୀ ହୋଇଛି । ଅଭୟପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲା ।

kdm matchଜବାବରେ ମହିଶରା ଦଳ ବ୍ୟାଟିଂ କରି ୧୩.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ମୋଟ୍ ୭୩ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଦୁଇ ମାସ ଧରି ଏହି ଖେଳ ଚାଲିବାକୁ ଥିବା ବେଳେ ଆସନ୍ତା ଜାନୁଆରୀ ୧୯ତାରିଖରେ ଏହା ଉଦ୍ଯାପିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.