Below header

ଦୁଃଖଦ ଶନିବାର, ଗଞ୍ଜାମରେ ଗୋଟିଏ ଦିନ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ

ଗଞ୍ଜାମ(କେନ୍ୟୁଜ୍): ଗୋଟିଏ ଦିନରେ ତିନି ଗୋଟି ଅଘଟଣରେ ତିନି ଜଣ ମୃତ୍ୟୁ।  କେ.ନୁଆଗାଁ ଥାନା ଦାଉଣୀ ଛକରେ ଘରୋଇ ବସ୍ ଚକାତଳେ ଚାପି ହୋଇ ବାଳକ ର ମୃତ୍ୟୁ ଘଟିଛି। ଗୋପୀନାଥ ପୁର ଗାଁ ର ଜିତେନ୍ଦ୍ର ସାହୁ ଭ୍ରମରପୁର ଯାଉଥିବା ଏକ ବସ୍ ରେ ପରିବାର ସହିତ ଯାଉଥିବା ବେଳେ ଦାଉଣୀ ଛକରେ ଓହ୍ଲାଇବା ସମୟରେ ଚକାତଳେ ଜିତେନ୍ଦ୍ର ଙ୍କ ପୁଅ ସାହିଲୁ ସାହୁ ଙ୍କ ଉପରେ ଚକା ମାଡିଯାଇଥୀଲା।ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାଇବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା । ସେହିପରି ପାଟପୁର ଥାନା ସାହାସପୁର ଗାଁ ର ଦଶ ବର୍ଷର ବାଳକ ଚନ୍ଦନ ପାତ୍ର ପୋଖରୀ କୁ ଗାଧୋଇବାକୁ ଯାଇ ଗୋଡ ଖସି ମୃତ୍ୟୁ ଘଟିଛି।  ଆଉ ଏକ ଦୁଃଖ ଖବର ଖଲିଙ୍ଗି ଗାଁ ରେ ।ଦଶ ବର୍ଷ ର ବାଳିକା ଟିକିନା ସାହୁ ପୋଖରୀ କୁ ଗାଧୋଇବାକୁ ଯାଇ ଥୀବା ବେଳେ ସାପ କାମୁଡି ଥୀଲା। ଅସୁସ୍ଥ ଅବସ୍ଥାରେ ଆଡପଡା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ମୃତ୍ୟୁ ହୋଇଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.