Below header

ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ, ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଗରେ କଲେ ବିକ୍ଷୋଭ

ଯାଜପୁର ରୋଡ( କେ ନ୍ୟୁଜ): ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଆଜି ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଗଠନର ସମନ୍ୱୟ କମିଟି ପକ୍ଷରୁ ୧୩ ଦଫା ଦାବୀ ନେଇ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଏକ ପ୍ରତିବାଦ ସଭା କରାଯିବା ସହ ଗଣଧାରଣା ଦିଆଯାଇଛି । ଦାବୀ ଗୁଡିକ ମ୍ମରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଦିର୍ଘଦିନ ହେବ ବନ୍ଦ ରହିଥିବା ବେଳେ ଏହାକୁ ତୁରନ୍ତ ଆରମ୍ଭ କରାଯିବା, ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା, ଯଥା ସାଇକେଲ, ଯନ୍ତ୍ରପାତି, ମୃତ୍ୟୁଜନିତ, ବିବାହ, ଶିକ୍ଷାବୃତି, ପ୍ରସୂତି କାଳୀନ ଓ ନିର୍ମାଣ ଶ୍ରମିକ ପକ୍କାଘର ଆଦି ସହାୟତା ତୁରନ୍ତ ପ୍ରଦାନ କରାଯିବା, ଶ୍ରମ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ୫-ଟି ଲାଗୁ କରାଯିବା, ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳାମାନଙ୍କୁ ଅଣସଂଗଠିତ ଶ୍ରମିକ ଭାବେ ପଞ୍ଜିକରଣ କରାଯିବା, ଶ୍ରମ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକ ଓ ଶ୍ରମିକ ନେତା ମାନଙ୍କୁ ଅପେକ୍ଷା ଗୃହ ଯୋଗାଇ ଦେବା ଆଦି ୧୩ ଗୋଟି ଦାବୀ ସ୍ଥାନ ପାଇଛି ।

labor protestଏହି ପ୍ରତିବାଦ ସଭା ଓ ଗଣଧାରଣାରେ ୫୦୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଶ୍ରମିକ ସାମିଲ ହୋଇଥିଲେ । ତେବେ ଯଥାଶିଘ୍ର ଏହି ଦାବୀ ଗୁଡିକ ପୁରଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ଶ୍ରମ କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ଅଚଳ କରିଦିଆଯିବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.