ବିଗ୍ ବିଙ୍କ ବିଗ୍ ହାର୍ଟ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍‌କୁ ଦେଲେ ୧୧ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): କିସ୍‌କୁ ୧୧ ଲକ୍ଷ ଟଙ୍କା ଦାନ କଲେ ବିଗ୍‌ ବି ଅମିତାଭ୍‌ ବଚ୍ଚନ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍‌କୁ ସହାୟତାର ହାତ ବଢ଼ାଇଛନ୍ତି ବିଗ୍‌ ବି । ଅମିତାଭ୍‌ ନିଜ ବ୍ୟକ୍ତିଗତ ପାଣ୍ଠିରୁ କିସ୍‌କୁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଗତ ୧୫ ତାରିଖରେ କୌନ ବନେଗା କରୋଡ଼ପତିର କର୍ମବୀର ଶୋ’ରେ ଅମିତାଭଙ୍କ ସହ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସାକ୍ଷାତ ହେବାପରେ କିସ୍‌ ମାଧ୍ୟମରେ ଡକ୍ଟର ସାମନ୍ତ ଜନଜାତି ପିଲାଙ୍କ ପାଇଁ ଏତେ ସବୁ କାର୍ଯ୍ୟ କରୁଥିବା ଜାଣିବାକୁ ପାଇଥିଲେ । ଏହି ଶୋ ଜରିଆରେ ଅମିତାଭ୍‌ ଅଚ୍ୟୁତ ସାମନ୍ତଙ୍କ ସଂଘର୍ଷପୂର୍ଣ୍ଣ ଜବୀନ ସମ୍ପର୍କରେ ଜାଣିବାକୁ ପାଇଥିଲେ । ବହୁ ସଂଘର୍ଷ ଓ ଘାତ ପ୍ରତିଘାତ ମଧ୍ୟରେ ବଢ଼ି ଅଚ୍ୟୁତ ହଜାର ହଜାର ଜନଜାତି ପିଲାଙ୍କୁ କିସ୍‌ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଜୀବନ ଜୀବିକା ନିଶ୍ଚିନ୍ତ କରାଇପାରିଛନ୍ତି ଜାଣି ଅମିତାଭ୍‌ ଅଭିଭୂତ ହୋଇପଡିଥିଲେ । ଅଚ୍ୟୁତଙ୍କ କାର୍ଯ୍ୟ ପ୍ରକୃତରେ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି । ଅଚ୍ୟୁତଙ୍କ ଏଭଳି ଉଦାହରଣମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସହଯୋଗର ହାତ ବଢ଼ାଇଛନ୍ତି ଅମିତାଭ୍‌ । ସେ କିସ୍‌କୁ ଦାନ କରିଥିବା ୧୧ ଲକ୍ଷ ଟଙ୍କାର ଡ୍ରାଫ୍ଟ ଆଜି ପହଁଚିଛି । ଅମିତାଭଙ୍କ ଏହି ମହାନତା ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ କୃତଜ୍ଞତା ଜଣାଇବା ସହ କିସ୍‌ର ୩୦ ହଜାର ଜରଜାତି ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛା ସର୍ବଦା ଅମିତାଭଙ୍କ ସହ ରହିବ ବୋଲି ଡକ୍ଟର ସାମନ୍ତ କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.