ଯାଜପୁର: ୱାଗନ୍ ବ୍ଲାଷ୍ଟିଂକୁ ବିରୋଧ, ପ୍ରତିବାଦରେ ଖାଦାନ ସମ୍ମୁଖରେ ଧାରଣା ଦେଲେ ବିଭିନ୍ନ ପଞ୍ଚାୟତବାସୀ

ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡି ପାହାଡରେ ଆଜି ସ୍ଥାନୀୟ ତାଳଜଙ୍ଗ, ରାଇଛନ୍ଦା, ଏଣ୍ଡଳବା, ରେଖିଦେଇପୁର ଆଦି ପଂଚାୟତର ଶତାଧିକ ଜନସାଧାରଣ ଖାଦାନରେ ଚାଲିଥିବା ବ୍ଲାଷ୍ଟିଂକୁ ବନ୍ଦ କରିବା ସହ ଏହାର ତୀବ୍ର ବିରୋଧ କରିଥିଲେ । ବିଛାଖଣ୍ଡି ପାହାଡରେ ଦୀର୍ଘ ମିଆଦି ସୂତ୍ରରେ ୧୧ଗୋଟି ଖଣି ଲିଜ ଦିଆଯାଇଥିବା ବେଳେ ଜୈନକ ଲିଜଧାରୀ ସରକାରଙ୍କ ୱାଗନ୍ ଡ୍ରିଲ କରିବାକୁ ଅନୁମତି ବା ପ୍ରମାଣପତ୍ର ନଥାଇ ଏହି ବେଆଇନ କାର୍ଯ୍ୟ କରୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।

protest jajpur1

ଫଳରେ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାରେ ପଡିବା ସହ କୃଷକମାନଙ୍କର ଫସଲହାନୀ, ଏମୋନିଆ ସାର ପ୍ରୟୋଗ ଦ୍ୱାରା ଲୋକମାନେ ଚର୍ମରୋଗର ଶିକାର ହେଉଛନ୍ତି । ଏଥିସହ ଜଳସ୍ତର ନିମ୍ନଗାମୀ ହେବା ସହ ଜଳ ପ୍ରଦୂଷଣ ହେବା ଦ୍ୱାରା କିଡନୀ ରୋଗରେ ଜୀବନ ଯାଉଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଂଚଳବାସୀ । ଏନେଇ ଅଂଚଳବାସୀଙ୍କ ତରଫରୁ ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନକୁ ଅବଗତ କରାଯାଇଛି । ଏହି ବେଆଇନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାନଗଲେ ସଂପୃକ୍ତ ପଂଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.