Below header

ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ରଣବୀର ସିଂହଙ୍କ ମଲହାରୀ ଗୀତରେ ଚିତାକର୍ଷକ ଡ୍ୟାନ୍ସ କଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ

ପିଲାବେଳ କଥା ମନେ ପଡିଲେ ପ୍ରଥମେ ସ୍କୁଲର ସାଙ୍ଗସାଥି, ଖେଳକୁଦ,ମଜାମସ୍ତି କଥା ଆଖି ଆଗରେ ନାଚିଯାଏ। ଖାସ କରି ଶିଶୁଦିବସ କଥା ତ ପୂରା ନିଆରା। ଏହି ଦିନ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ସ୍ୱତନ୍ତ୍ର କରିଥାନ୍ତି। ଗତ ଶିଶୁଦିବସରେ ମଧ୍ୟ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସିକିମର ଏକ ସ୍କୁଲରେ। ଶିଶୁଙ୍କ ମନୋରଞ୍ଜନ ପାଇଁ ଏହି ଦିନ ସ୍କୁଲ ଶିକ୍ଷୟିତ୍ରୀ ରଣବୀର ସିଂହଙ୍କ ଗୀତରେ ନାଚିଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

Video Courtesy: The Darjeeling Chronicle

ଏହାସହ ପଢ଼ନ୍ତୁ: ମରୁଭୂମିରେ ହଟ୍‌ ବେଲି ଡ୍ୟାନ୍ସ କରୁଛନ୍ତି ନୋରା ଫତେହୀ, ଥରେ ଭିଡିଓ ଦେଖିଲେ ହଟାଇପାରିବେନି ନଜର

ମେଲ୍ଲୀ ସରକାରୀ ସେକେଣ୍ଡାରୀ ସ୍କୁଲର ସେରିଂ ଡୋମା ଭୂତିଆ ନାମ୍ନୀ ଶିକ୍ଷୟିତ୍ରୀ ପିଲାଙ୍କ ପାଇଁ ରଣବୀର ସିଂହଙ୍କା ଅଭିନୀତ ବାଜିରାଓ ମସ୍ତାନୀ ଫିଲ୍ମର ମଲହାରୀ ଗୀତରେ ଖୁବ ସୁନ୍ଦର ନୃତ୍ୟ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମା ପାଲଟିଛି। ସେରିଂ ଅବିକଳ ରଣବୀରଙ୍କ ଭଳି ଡ୍ୟାନ୍ସ କରିଥିଲେ। ଡ୍ୟାନ୍ସ କରିବା ବେଳେ ସେ ୩ ଜଣ ଛାତ୍ରଙ୍କୁ ମଧ୍ୟ ଡାକିଥିଲେ। ଛାତ୍ରଙ୍କ ସହ ମିଶି ଶିକ୍ଷୟିତ୍ରୀଙ୍କ ଡ୍ୟାନ୍ସ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିବା ସ୍କୁଲ କ୍ୟାପଟେନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.