ଶାରୀରିକ ସମ୍ପର୍କକୁ ନେଇ କଣ ଚିନ୍ତା କରନ୍ତି ଆଜିକାଲିର ଯୁବପିଢ଼ି, ପଢନ୍ତୁ ଏହି ସର୍ଭେ ରିପୋର୍ଟ

ଶାରୀରିକ ସମ୍ପର୍କ ସ୍ୱାମୀ ସ୍ତ୍ରୀଙ୍କ ପ୍ରେମରେ ଗଭୀରତା ଆଣିଥାଏ। ସମ୍ପର୍କକୁ ମଜଭୁତ କରିବାରେ ଏହା ସହାୟକ ହୋଇଥାଏ। ପରସ୍ପରକୁ ଆଉ ଟିକେ ଭଲ ଭାବେ ବୁଝିବା, ଜାଣିବାରେ ଏହା ସାହାଯ୍ୟ କରେ। କିନ୍ତୁ ଯଦି ଜଣେ ଶାରୀରିକ ସମ୍ପର୍କକୁ ଜୀବନର ସର୍ବସ୍ବ ଭାବିଦିଏ, ତେବେ ସେହି ସମୟରେ ଜୀବନ ଦୁର୍ବିସହ ହୋଇପଡେ। ବେଳେବେଳେ କିଛି ଲୋକ ସମ୍ବନ୍ଧ ରଖିବାକୁ ପାଗଳପ୍ରାୟ ହୋଇପଡ଼ିଥାନ୍ତି। ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଡ୍ରଗ୍ସ ଓ ଧୂମପାନ ଭଳି ଶାରୀରିକ ସମ୍ପର୍କ ମଧ୍ୟ କିଛି ଲୋକଙ୍କ ପାଇଁ ନିଶାରେ ପରିଣତ ହୋଇଯାଇଥାଏ। ସେଭଳି ବ୍ୟକ୍ତି ସବୁବେଳେ ନାରୀ ଶରୀର ଖୋଜିଥାନ୍ତି। ଅଶ୍ଳୀଳ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ। ପର୍ଣ୍ଣ ଭିଡିଓ ଦେଖୁଥିବା ୧୯ ଜଣଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ଜାଣିବାକୁ ମିଳିଛି। ସର୍ଭେ ମୁତାବକ ପର୍ଣ୍ଣ ଦେଖିବା ବେଳେ ମୁଣ୍ଡର ଯେଉଁ ଅଂଶ ସକ୍ରିୟ ହୋଇଥାଏ ଡ୍ରଗ୍ସ ଓ ଅନ୍ୟ ନିଶା ଜାତୀୟ ଦ୍ରବ୍ୟ ନେବା ବେଳେ ମଧ୍ୟ ସେଇ ସ୍ନାୟୁ ସକ୍ରିୟ ହୋଇଥାଏ।

ଏହି ସର୍ଭେରେ ଅଫିସରେ କାମ କରିବା ବେଳେ ଅଶ୍ଳୀଳ ଫିଲ୍ମ ଦେଖିବା ଯୋଗୁ ଚାକିରୀ ଛାଡ଼ିଥିବା କିଛି ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କହିଥିଲେ ଯେ ଯୌନ ସେବା ଯୋଗାଉଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ପର୍ଣ୍ଣ ହିଁ ଏକମାତ୍ର ମାଧ୍ୟମ। ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କ ବ୍ରେନର ତୁଳନା ସାଧାରଣ ବ୍ୟକ୍ତିଙ୍କ ସହ କରାଯାଇଥିଲା। କିନ୍ତୁ ଏଥିରେ କୌଣସି ସ୍ପଷ୍ଟ ନିଷ୍କର୍ଷ ବାହାରିପାରିନଥିଲା।

ଏହାସହ ପଢନ୍ତୁ:  ଭାରତରେ ହତ୍ୟାକାଣ୍ଡର ଅନ୍ୟତମ ପ୍ରମୁଖ କାରଣ ହେଉଛି ପ୍ରେମ, ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ଶତାଧିକ ପ୍ରେମୀ

ଏ ନେଇ ଆସୋସିଏସନ ଫର ଟ୍ରିଟମେଣ୍ଟ ଅଫ ସେକ୍ସ ଆଡିକ୍ସନ ଆଣ୍ଡ କମ୍ପ୍ଲସିବିଟିର ସଦସ୍ୟ ପାଲା ହଲ କହିଛନ୍ତି ଯେ ବର୍ତ୍ତମାନ ଅନଲାଇନରେ ୨୪ ଘଣ୍ଟା ଯୌନ ଉଦ୍ଦୀପକ ସାମଗ୍ରୀ ଉପଲବ୍ଧ ହେଉଛି। ଯାହା ଫଳରେ ଯୁବପିଢ଼ି ଏହାକୁ ହାତପାହାନ୍ତାରେ ପାଇ ଜୋସରେ ବ୍ୟବହାର କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଲୋକଙ୍କୁ ଯୌନପିପାସୁ କହିବା ଶତ ପ୍ରତିଶତ ଠିକ ହେବ ନାହିଁ କାରଣ ଏହି ସର୍ଭେ ସମଗ୍ର ଦେଶକୁ ନେଇ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.