ବିନା କାରଣରେ କଟିଲା ଚାଲାଣ, ଗାଡି ଓ ଗାଡ଼ି ମାଲିକ ଅଛନ୍ତି ଜୟପୁରରେ କିନ୍ତୁ ଚାଲାଣ କଟିଲା ଭୁବନେଶ୍ବରରେ

ଜୟପୁର(କେନ୍ୟୁଜ୍): ଗାଡି ଓ ଗାଡ଼ି ମାଲିକ ଅଛନ୍ତି ଜୟପୁରରେ । ହେଲେ ଗାଡିର ଚାଲାଣ କଟିଲା ଭୁବନେଶ୍ୱରରେ । ଏପରି ଘଟଣା ଏବେ ସାମ୍ନାକୁ ଆସିଛି । ଜୟପୁରରେ ଯୁବକ ତାପସ ନନ୍ଦଙ୍କ ଭୁବନେଶ୍ୱର ଆରଟିଓ-୨ରୁ ଚାଲାଣ ଆସିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତାଙ୍କ ପାଖକୁ ଏକ ମେସେଜ୍‌ ଆସିଥିଲା । ମେସେଜ୍‌ରେ ଥିବା ଲିଙ୍କ ଖୋଲିବା ପରେ ତାଙ୍କ ନାଁରେ ଚାଲାଣ କଟିଥିବା ଜାଣିବାକୁ ପାଇଥିଲେ । ଗତ ୧୯ ତାରିଖରେ ଭୁବନେଶ୍ୱର ପୁରୀ ରୋଡ୍‌ରେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଦୁଇ ହଜାର ଟଙ୍କାର ଚାଲାଣ କଟାଯାଇଛି । ହେଲେ ତାଙ୍କ ଗାଡ଼ି କୁଆଡେ ଯାଇନଥିବା କହିଛନ୍ତି ତାପସ । ଏହାର ସିସିଟିଭି ପ୍ରମାଣ ମଧ୍ୟ ସେ ଦେଇଛନ୍ତି । କିନ୍ତୁ ଏଠି ଆଉ ଏକ କଥା ଉଠୁଛି ଯଦି ଏହି ନମ୍ବରର ଆଉ ଏକ ଗାଡି ରହିଥାଇ ପାରେ ଯିଏ ଭୁବନେଶ୍ବରରେ ଟ୍ରାଫିକ ନିୟମ ନମାନି ପଳାଇଯାଇଥିବେ । ଆଉ ଯାହାପାଇଁ ତାପସଙ୍କ ନାମରେ ଚାଳାଣ କଟାଯାଇଛି।   ଏନେଇ ତାପସ ଜୟପୁର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆବଶ୍ୟକ ହେଲେ ସେ କୋର୍ଟକୁ ଯିବେ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.