Below header

ଯାଜପୁର: ୮ ନମ୍ବର ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ମହିଳା ସମାବେଶ, ମୁଖ୍ୟ ଅତିଥିଭାବେ ଯୋଗଦେଲେ ବିଧାୟକ ପ୍ରୀତିରଞ୍ଜନ ଘଡାଇ

ଯାଜପୁର ରୋଡ(କେନ୍ୟୁଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମହିଳା ମାନଙ୍କ ଉନ୍ନତି ଘଟିଛି । ନାରୀ ଶଶକ୍ତିକରଣ ଦିଗରେ ରାଜ୍ୟ ସରକାର ଉଲ୍ଲେଖନୀୟ ପଦକ୍ଷେପ ଆଜି ସେମାନଙ୍କୁ ସ୍ୱାବଲମ୍ବି କରିବାରେ ସମର୍ଥ ଯୋଗାଇଛି । ସେଥିପାଇଁ ବିଜୁ ଜନତା ଦଳ ପ୍ରତି ମହିଳା ମାନଙ୍କର ଅକୁଣ୍ଠ ସମର୍ଥନ ରହିଛି । ଏଣୁ ବିଜୁ ଜନତା ଦଳର ବଳ ହେଉଛି ନାରୀ ଶକ୍ତି । ଟମକାଠାରେ ଅନୁଷ୍ଠିତ ଏକ ବିଶାଳ ମହିଳା ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଏହା ମତ ରଖିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ।

jajpur by election

ଆସନ୍ତା ୨୭ ତାରିଖରେ ୮ନଂ ଜୋନ୍ ଉପ ନିର୍ବାଚନ ପାଇଁ ଟମକା ବଙ୍ଗଳାଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ବ୍ଲକ୍ ର ପୁର୍ବତନ ଅଧ୍ୟକ୍ଷା ତଥା ମହିଳା ନେତ୍ରୀ ଭଗବତୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ବିଧାୟକ ଶ୍ରୀ ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ରାଜ୍ୟ ସରକାର ମହିଳା ମାନଙ୍କ ଉନ୍ନତିକରଣ ଦିଗରେ ନେଇଥିବା ପଦକ୍ଷେପ ସମ୍ବନ୍ଧରେ ମତ ରଖିବା ସହ ଉପ ନିର୍ବାଚନରେ ପାର୍ଥୀ ହୋଇଥିବା ଯୁବନେତା ପ୍ରଦୀପ କୁମାର ମହାନ୍ତିଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟ କରିବାକୁ ନିବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.