Below header

ଗାଡି ମୋଡିଫିକେଶନ ଦୋକାନରେ କମିଶନରେଟ୍ ପୋଲିସର ଚଢ଼ାଉ, ଜବତ ହେଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର

ଭୁବନେଶ୍ବର (କେନ୍ୟୁଜ): ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ସୋ ରୁମରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ । ୨୭ଟି ସାଇଲେନ୍ସର ଜବତ ହୋଇଛି । ଏହାପରେ ରାଜଧାନୀର ସମସ୍ତ ମୋଡିଫିକେସନ ସୋ ରୁମ୍‌ରେ ଚଢାଉ କରିବ ଟିମ୍‌ ।

ଗତ ରବିବାର ୧୧ଟି ବୁଲେଟ ଗାଡି ଜବତ କରିଥିଲା କମିଶନରେଟ ପୋଲିସର ଟ୍ରାଫିକ ଟିମ୍‌ । ବିକଟାଳ ଶବ୍ଦ କରି ଯାଉଥିବା ଗାଡି ସମ୍ପର୍କରେ ସୂଚନା ନେଇ ପୋଲିସ ପକ୍ଷରୁ ଜାରି ହୋଇଛି ହେଲପ୍‌ ଲାଇନ ନମ୍ବର ୮୦୯୩୦୨୮୧୦୭ । ହ୍ଵାଟ୍ସଆପ ଓ ଇମେଲ୍‌ ଜରିଆରେ ପୋଲିସକୁ ଜନସାଧାରଣ ଏହି ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ ନମ୍ବର ସହ ଫଟୋ ଉଠାଇ ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.