୭ ଦିନିଆ ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଏ. ଚେଲା କୁମାର, କାଲି ସକାଳ ୧୦ଟାରେ ପିସିସି ପକ୍ଷରୁ କରାଯିବ ସମ୍ବର୍ଦ୍ଧିତ

କେନ୍ୟୁଜ (ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲା କୁମାର । ୭ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ପ୍ରଭାରୀ । ଅପରାହ୍ଣରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରପୋର୍ଟରୁ ସିଧା ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଛନ୍ତି । ଏହାପରେ ଭୁବନେଶ୍ୱର ଫେରି ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳ ୧୦ଟାରେ ପିସିସି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ କଂଗ୍ରେସର ପ୍ରାକ୍ତନ ସଭାପତି, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ ବିରୋଧୀ ଦଳ ନେତା, ସାଂସଦ, ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରିବେ । ସଂଧ୍ୟା ୬ଟା ୩୦ରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗ ଦେବେ । ୮ ତାରିଖରେ ଜଗତସିଂହପୁର ବିରିଡି ଗସ୍ତରେ ଯାଇ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ । ୧୦ ତାରିଖରେ ବାଲେଶ୍ୱର ଯାଇ କିଷାନ ବଚାଓ ଶୋଭାଯାତ୍ରା ଓ ସଭାରେ ସାମିଲ ହେବେ ।