କରୋନା ପାଇଁ ଗର୍ଭବତୀ ମହିଳାଙ୍କୁ ତଡିଦେଲେ ଡାକ୍ତର, ରାସ୍ତା କଡ଼ରେ ଜନ୍ମ ଦେବାପରେ ମରିଗଲା ଛୁଆ

କେନ୍ଦୁଝର: କରୋନା ପଜିଟିଭ ବାହାରିବା ପରେ ଗର୍ବବତୀ ମହିଳାଙ୍କୁ ତଡିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ପ୍ରସବ ବେଦନାରେ ଶାଶୁ ସାଙ୍ଗରେ ଚାଲି ଚାଲି ସରକାରୀ ଡାକ୍ତରଖାନା ଯାଉଥିବା ବେଳେ ବାଟରେ ଜନ୍ମ ହେଲା ଶିଶି ପୁତ୍ର । କିନ୍ତୁ କିଛି ସମୟ ପରେ ମୃତ୍ୟୁ ବରଣ କଲା ନବଜାତ । ଏହା ହେଉଛି କେନ୍ଦୁଝର ଯୋଡ଼ା TISCO HOSPITAL ର ଘଟଣା । ଏଠି ମଧ୍ୟ ଚାଲୁଚି କୋଭିଡ଼ ଚିକିତ୍ସା । ହେଲେ କଣ ପାଇଁ ଜଣେ ପ୍ରସବ ବେଦନାରେ ଛଟପଟ ଗର୍ବବତୀ ମହିଳାଙ୍କୁ ତଡିଦିଆ ଗଲା ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ।

କେନ୍ଦୁଝର ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଖଣି । କୋଟି କୋଟି ଟଙ୍କାର ରାଜସ୍ବ ନେଇ ଆଖିବନ୍ଦ୍ କରି ବସିଛି ସରକାର । ଗରିବ ଖଟିଖଆମାନଙ୍କ ପାଇଁ ଅଭିଶାପ ହେଇଛି ଡି ଏମ୍ ଏଫ୍ ଫଣ୍ଡ । କୋଟି କୋଟି ଟଙ୍କା ଗଚ୍ଛିତ ଥିଲେ ମଧ୍ୟ କାମରେ ଆସୁନାହିଁ ଖଣି ଅଞ୍ଚଳ ବାସୀଙ୍କର । ସୂଚନାରୁ ପ୍ରକାଶ ଯେ ଜୁରୁଡି ଆଇ ଟି ସି ଅଞ୍ଚଳର ସୁକୁମାତି ପୂର୍ତ୍ତି ନାମକ ଜଣେ ମହିଳାଙ୍କୁ ପ୍ରସବ ପାଇଁ ଯୋଡ଼ା ସ୍ଥିତ କମାର ଯୋଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସା ହୋଇ ନପାରିବାରୁ ଡାକ୍ତର ତାଙ୍କୁ ଯୋଡ଼ା ସ୍ଥିତ ଟାଟା କମ୍ପାନୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ତେବେ ଟାଟା କମ୍ପାନୀ ଡାକ୍ତରଖାନାରେ ପ୍ରଥମେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଦୁଃଖର ବିଷୟ ଯେ ଉକ୍ତ ମହିଳା ଜଣକ Corona positive ଜାଣିଲା ପରେ ତାଙ୍କୁ ଡାକ୍ତରଖାନାରୁ ତଡ଼ି ଦିଆ ଯାଇଥିଲା ।

ସେହି ସମୟରେ ମହିଳା ଜଣକ ଠିକ୍ ରେ ଚାଲି ପାରୁ ନ ଥାଆନ୍ତି । ବଡ଼ କଷ୍ଟରେ ସେ ନିଜ ଶାଶୁଙ୍କ ସହ ଆସୁଥିବା ସମୟରେ ମାତ୍ରାଧିକ ଯନ୍ତ୍ରଣା ଅନୁଭବ ହେବାରୁ ରାସ୍ତା କଡରେ ହିଁ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ । ହେଲେ କିଛି ସମୟ ପରେ ଜନ୍ମିତ ପୁତ୍ରଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏପରି ଏକ ମର୍ମାହତ ଘଟଣାକୁ ସ୍ଥାନୀୟ ବାସିନ୍ଦା ଦେଖି ଗଣମାଧ୍ୟମକୁ ଖବର ଦେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଏଠି ବଡ ପ୍ରଶ୍ନ ଉଠୁଛି ଯଦି ମହିଳା ଜଣଙ୍କର କୋଭିଡ ପଜିଟିଭ ବାହାରିଲା ପରେ କୋଭିଡ ଡାକ୍ତର ଖାନାତାଡି ଦିଆଗଲା କାଁହିଁକି ? ସୂଚନାଯୋଗ୍ୟ ଯେ ଉକ୍ତ ଡାକ୍ତରଖାନାକୁ କୋଭିଡି ଡାକ୍ତରଖାନା ବୋଲି ଘୋଷଣା କରାଯାଇ ସାରିଛି । ତଥାପି ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ କାହିଁକି ଚିକିତ୍ସା କରାଗଲା ନାହିଁ । କାହିଁକି ସବୁ ଜାଣିବା ପରେ ମେଡିକାଲ କର୍ତ୍ତୃପକ୍ଷ ତଡିଦେଲେ । ଏଠି ହଜିଗଲା କି ମଣିଷ ପଣିଆ । ଏଠାରେ ସୂଚନା ଯୋଗ୍ୟ ଯେ ଖଣି ମାଲିକମାନେ ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ମଧ୍ୟ ଖଣି ଅଞ୍ଚଳ ବାସୀଙ୍କୁ ମଣିଷ ବୋଲି ଭାବୁ ନାହାନ୍ତି । ସରକାର ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ବ ନେଇ ରାଜ୍ୟ ରାଜକୋଷକୁ ସୁଦୃଢ କରୁଥିଲେ ବି ଖଣି ଅଞ୍ଚଳ ବାସୀଙ୍କ ପାଇଁ ନାମକୁ ମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟିଏ ଖୋଲି ଗରିବ ଖଟିଖିଆ ମାନଙ୍କୁ ମରିବା ପାଇଁ ଛାଡ଼ି ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.