Below header

ଦୁଇ ଭେଟେରାନ ନେତାଙ୍କ ନିଲମ୍ବନ ପରେ ୨୨ ତାରିଖରେ ବସୁଛି କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ, କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତା ଉପରେ ନଜର

ବୈଠକରେ କେଉଁମାନେ ଉପସ୍ଥିତ ରହିବେ ? କଣ ବଡ଼ ନିଷ୍ପତ୍ତି ହେବ ? ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବନ ଆଦେଶ ଉପରେ ଆଲୋଚନା ହେବ କି ? ଦୁଇ ନେତାଙ୍କ ଉପରୁ ନିଲମ୍ବନ ଉଠାଇବା ନେଇ କିଛି ଫର୍ମୁଲା ଆସିବ କି ?

ଭୁବନେଶ୍ବର(କେନ୍ୟୁଜ୍): ଜୁଲାଇ ୨୨ ତାରିଖରେ ବସିବ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଦୁଇ ଭେଟେରାନ ନେତାଙ୍କୁ ନିଲମ୍ବନ ପରେ ବସୁଛି କାର୍ଯ୍ୟକାରିଣୀ ବୈଠକ । କେଉଁ ପ୍ରସଙ୍ଗରେ ଆଲୋଚନା ହେବ, ତା ଉପରେ ନଜର ରହିଛି । ବୈଠକରେ କେଉଁମାନେ ଉପସ୍ଥିତ ରହିବେ ? କଣ ବଡ଼ ନିଷ୍ପତ୍ତି ହେବ ? ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବନ ଆଦେଶ ଉପରେ ଆଲୋଚନା ହେବ କି ? ଦୁଇ ନେତାଙ୍କ ଉପରୁ ନିଲମ୍ବନ ଉଠାଇବା ନେଇ କିଛି ଫର୍ମୁଲା ଆସିବ କି ? ଏହାଛଡ଼ା ଆଗକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । ଏଥିପାଇଁ ଭୁବନେଶ୍ୱର ଓ ପଶ୍ଚିମ ଓଡ଼ିଶାରେ ଦୁଇଟି ସାଧାରଣ ସଭା ହେବା ନେଇ ସୂଚନା ମିଳିଛି । ଏସମ୍ପର୍କରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.