Below header

ଯାଜପୁର: ବରୀ ବିଧାୟିକାଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା କଂଗ୍ରେସ : ଦୃଢ଼ ନିନ୍ଦା ସହ ତୁରନ୍ତ କ୍ଷମା ପ୍ରାର୍ଥନା ଦାବି

ଯାଜପୁର(କେନ୍ୟୁଜ): ବରୀ ବିଧାୟିକାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହାକୁ ନେଇ ଏବେ ଜୋର ଧରିଛି ରାଜନୀତି। ଆଜି ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛି କଂଗ୍ରେସ। ଦଳ ଅଭିଯୋଗ ଆଣିଛି ଯେ, କରୋନା କଟକଣା ସମୟରେ ଲଗାତାର ଭାବେ କୋଭିଡ ନିୟମ ଉଲ୍ଲଙ୍ଘନ କରିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ଏଥିସହ ଅନୁଷ୍ଠିତ ଦଳୀୟ ମିଶ୍ରଣ ପର୍ବରେ ନାରୀ ଜାତି ପ୍ରତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଯାହାକି ବରୀବାସୀଙ୍କୁ ଘୋର ଆଘାତ ଦେଇଛି। ଏଣୁ ବିଧାୟିକା ତୁରନ୍ତ ବରୀବାସୀ ଓ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ। ବରୀ ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଉମେଶ ଜେନା ଆଜି ରତ୍ନଗିରି ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟିକଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। କ୍ଷମା ପ୍ରାର୍ଥନା ନକଲେ ଦଳ ଆଗକୁ ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି।

jajpur politics

ସୂଚନା ଯୋଗ୍ୟ ଯେ, ବିଧାୟିକା ଶ୍ରୀମତୀ ଦାସ କିଛିଦିନ ତଳେ ବରୀରେ ଆୟୋଜିତ ଦଳୀୟ ମିଶ୍ରଣ ପର୍ବରେ ଯୋଗଦେଇ ଜୈନେକ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବରୀ ବ୍ଲକ ପୂର୍ବତନ ଅଧକ୍ଷା ଭାରତୀ ବେହେରା ତାଙ୍କ ପ୍ରତି ବିଧାୟିକା ଇଙ୍ଗିତ କରିଥିବା ଅଭିଯୋଗ ଆଣିଥିଲେ। ଏନେଇ ସେ ବରୀ-ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଅନ୍ୟପଟେ ମୁଁ କୌଣସି ବ୍ୟକ୍ତିଙ୍କ ନାଁ ନେଇ କହିନାହିଁ। ଏଥିରେ କିଏ କଣ ପ୍ରତିକ୍ରିୟା ରଖିବ ସେ ନେଇ ମୋର କିଛି କହିବାର ନାହିଁ ବୋଲି ସଫେଇ ଦେଇଛନ୍ତି ବିଧାୟିକା ଶ୍ରୀମତୀ ଦାସ। ତେବେ ବିଧାୟିକଙ୍କ ଏହି ମନ୍ତବ୍ୟକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ବରୀ ରାଜନୀତି ସରଗରମ ହୋଇଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.