Below header

କଟକ ଜିଲ୍ଲାରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଥିବା ୧୨ ପଜିଟିଭ୍‌ଙ୍କ ମଧ୍ୟରୁ ୧୦ ଜଣ ତିଗିରିଆ ବ୍ଲକର

କଟକ: କଟକରୁ ଆଜି ଚିହ୍ନଟ ହୋଇଥିବା ୧୨ ପଜିଟିଭ୍‌ଙ୍କ ମଧ୍ୟରୁ ୧୦ ଜଣ ତିଗିରିଆ ବ୍ଲକର । ଦୁଇ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ୮ ଜଣ ଅହମ୍ମଦାବାଦ ଫେରନ୍ତା ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ତିଗିରିଆ ବିଡିଓ ଦୀପ୍ତିମୟୀ ବେହେରା । ଅହମ୍ମଦାବଦରୁ କିଛି ଦିନ ତଳେ ୩୪ ଜଣ ପ୍ରବାସୀ ଏକ ବସ୍‌ ଯୋଗେ ତିଗିରିଆକୁ ଆସିଥିଲେ । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିଲା ।

ଏହା ସହ ସୁରତରୁ ଆସିଥିବା ଗୋଟିଏ ପରିବାରର ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି । ଆଜି ରାଜ୍ୟରେ ଆଉ ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଂଚିଛି । ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ୫କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.