ଡ୍ୟାନ୍ସ କଲେ ସପ୍ତାହକୁ ୪ ଲକ୍ଷ ଦେଉଛନ୍ତି ଜ୍ୟାକଲିନ, ଆପଣ ଏମିତି ଉଠାନ୍ତୁ ଫାଇଦା

ନିକଟରେ ସଲମାନ ଏବଂ ଜ୍ୟାକଲିନଙ୍କ ନୂଆ ମ୍ୟୁଜିକ ଭିଡିଓ ନିକଟରେ ରିଲିଜ ହୋଇଥିଲା ।ଯାହା ଦର୍ଶକେ ବେଶ ପ୍ରଶଂସା ମଧ୍ୟ କରିଥିଲେ । ଏବେ ଜ୍ୟାକଲିନ ସଲମାନଙ୍କ ଫାର୍ମହାଉସରେ ରହିଛନ୍ତି । କରୋନା ଯୋଗୁଁ ଚାଲିଥିବା ଲକଡାଉନରେ ଫସିଛନ୍ତି ଜ୍ୟାକଲିନ । ସଲମାନଙ୍କ ସହିତ ମ୍ୟୁଜିକ ଭିଡିଓ ରିଲିଜ ହେବା ପରେ ଏକ ଓଟିଟି ପ୍ଲାଟଫର୍ମ ଜ୍ୟାକଲିନକୁ ଅନଲାଇନ ଶୋ କରିବାକୁ ଏକ ସୁଯୋଗ ଦେଇଛି । ଶୋର ନାମ ରହିଛି ” ହମ୍‍ ଡ୍ୟାନ୍ସର ଔର ୟେ ଦିଖେଗା ଆପକେ ମୋବାଇଲ ପର’ ।

ଏଥିରେ ଜ୍ୟାକଲିନ ଜଣେ ଜଜ୍‍ ଭୂମିକାରେ ନଜର ଆସିବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ୬୦ରୁ ୯୦ ସେକେଣ୍ଡ ଭିତରେ ଏକ ଡ୍ୟାନ୍ସ ଭିଡିଓ ଅପଲୋଡ କରିବାକୁ ହେବ । ଶୋର ବିଜେତା ଚୟନ ଦର୍ଶକଙ୍କ ଭୋଟ ଅନୁଯାୟୀ ହେବ । ପାଞ୍ଚ ସପ୍ତାହ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଜେତା ପ୍ରତିଯୋଗୀକୁ ପ୍ରତି ସପ୍ତାହରେ ଚାରି ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାକୁ ନେଇ ଜ୍ୟାକଲିନ କହିଛନ୍ତି, ନିଜକୁ ଫିଟ ରଖିବାକୁ ହେଲେ ଡ୍ୟାନ୍ସ କରିବା ଉଚିତ । ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଡ୍ୟାନ୍ସ କରିବା ଦ୍ୱାରା ମସ୍ତିଷ୍କ ଏବଂ ଆତ୍ମା ଫିଟ୍‍ ରହିଥାଏ । ଏହି ଶୋ ଲକ୍ଷ ଲକ୍ଷ ଦର୍ଶକ ଯେଉଁମାନେ ଘରେ ବସିଛନ୍ତି, ସେମାନଙ୍କୁ ପ୍ରେରଣା ଯୋଗାଇବ । କରୋନା ସମୟରେ ସାମାଜିକ ଦୂରତ୍ୱ ମାନିବା ପାଇଁ ଏହା ଶ୍ରେଷ୍ଠ ମାଧ୍ୟମ । ସୂଚନାଯୋଗ୍ୟ, ଏମିତି ଏକ ଶୋ ବରୁଣ ଧୱନ କରୁଛନ୍ତି । ଏ ଦୁହେଁ ଚୀନର ଭିଡିଓ ଆପ୍‍ ଟିକ୍‍ଟକ୍‍ର ଲୋକପ୍ରିୟତା ଦେଖି ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.