Below header

ଆଗ ଧାଡ଼ିର ଯୋଦ୍ଧାଙ୍କ ପାଇଁ ଅଫିସରେ ସ୍ଥାପନ ହେବ ଟୀକା ରୁମ, ୬ରୁ ଆରମ୍ଭ ହେବ ଟୀକାକରଣ

ଭୁବନେଶ୍ୱର(କେ ନ୍ୟୁଜ): ଆଗ ଧାଡ଼ିର ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ସ୍ଥାପନ ହେବ ଟୀକା ରୁମ । ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ, ରାଜସ୍ବ ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କୁ ଦିଆଯିବ ଟୀକା । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଡାଟା ବେସ ପ୍ରସ୍ତୁତ ହୋଇସାରିଛି । ଏହି ଟୀକାକରଣ କାର୍ଯ୍ଯ ୬ ତାରିଖରୁ ଆରମ୍ଭ ହେବ। ୩ ସପ୍ତାହ ମଧ୍ୟରେ ସମ୍ମୁଖ ଯୋଦ୍ଧା ମାନଙ୍କର ଟୀକାକରଣ କାର୍ଯ୍ଯ ଶେଷ କରିବାକୁ ଲକ୍ଷ ରଖାଯାଇଛି ।

ଓଡିଶାକୁ ଆଜି ୬୩ ହଜାର ୯୦ ଡୋଜ କୋଭିସିଲଡ଼ ଓ ୮ ହଜାର ୫୦୦ କୋଭାସ୍କିନ ଟୀକା ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ଯରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟୀକା ଦିଆଯାଇଛି ।  ପ୍ରଥମ ଫେଜ ଟୀକାକରଣ ୧୦ ତାରିଖ ଭିତରେ ଶେଷ ହେବ । ଫେବ୍ରୁଆରୀ ୧୫ ତାରିଖରୁ ପ୍ରଥମ ଫେଜର ସେକେଣ୍ଡ ଡୋଜ ଦିଆଯିବ । ପରିବାର କଲ୍ଯାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.