Below header

ପ୍ରସବର ଅଢେଇ ମାସ ପରେ ମହିଳାଙ୍କ ପେଟରୁ ବାହାରିଲା ଗଜ୍ କନା !

ଘରୋଇ ନର୍ସିଂ ହୋମ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ପ୍ରସବ ସମୟ ରେ କଲେ ଅବହେଳା । ପ୍ରସୂତି ମହିଳାଙ୍କ ଅସହ୍ୟ ଯନ୍ତ୍ରଣା କୁ ଦେଲେନି ଗୁରୁତ୍ଵ। ଅଢେଇ ମାସ ପରେ ମହିଳାଙ୍କ ପେଟରେ ରହିଯାଇଥିବା ଗଜ କନାକୁ ବାହାର କରାଗଲା । ମହିଳାଙ୍କର ସ୍ୱାସ୍ଥ୍ୟ ବର୍ତ୍ତମାନ ସୁଦ୍ଧା ଠିକ୍ ନ ହେବାରୁ ଉକ୍ତ ନର୍ସିଂ ହୋମ ବିରୋଧରେ ଥାନାରେ ଶେଷରେ ହୋଇଛି ଅଭିଯୋଗ ।

ବାଙ୍କୀ(କେନ୍ୟୁଜ୍): ଘରୋଇ ନର୍ସିଂ ହୋମ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ପ୍ରସବ ସମୟ ରେ କଲେ ଅବହେଳା । ପ୍ରସୂତି ମହିଳାଙ୍କ ଅସହ୍ୟ ଯନ୍ତ୍ରଣା କୁ ଦେଲେନି ଗୁରୁତ୍ଵ। ଅଢେଇ ମାସ ପରେ ମହିଳାଙ୍କ ପେଟରେ ରହିଯାଇଥିବା ଗଜ କନାକୁ ବାହାର କରାଗଲା । ମହିଳାଙ୍କର ସ୍ୱାସ୍ଥ୍ୟ ବର୍ତ୍ତମାନ ସୁଦ୍ଧା ଠିକ୍ ନ ହେବାରୁ ଉକ୍ତ ନର୍ସିଂ ହୋମ ବିରୋଧରେ ଥାନାରେ ଶେଷରେ ହୋଇଛି ଅଭିଯୋଗ ।

ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗ୍ରାମର ଗିରିଶ ଚନ୍ଦ୍ର ଦଳେଇଙ୍କ ପତ୍ନୀ ଅବନ୍ତି ସେଠଙ୍କ ସହିତ । ଅବନ୍ତି ନିଜ ବାପ ଘର ବାଙ୍କୀ ସୁନାଦେଇପୂର୍ ରୁ ଗତ ଏପ୍ରିଲ ମାସ ୫ ତାରିଖ ରେ ପ୍ରଥମ ସନ୍ତାନ ପ୍ରସବ ପାଇଁ ବାଙ୍କୀର ଘରୋଇ ନର୍ସିଂ ହୋମକୁ ଆସିଥିଲେ। ସେହି ଦିନ ଅସ୍ତ୍ରୋପଚାର କରାଯାଇ ପୁତ୍ର ସନ୍ତାନ ପ୍ରସବ କରାଇଥିଲେ ଡାକ୍ତର । ସେଠାରୁ ଆସି ଘରେ ରହୁଥିବା ବେଳେ କିଛି ଦିନ ପରେ ଅପରେସନ ସ୍ଥାନରେ ଯନ୍ତ୍ରଣା ଆରମ୍ଭ ହେଲା। କଷ୍ଟ ସହି ନ ପାରି ପୁଣି ମହିଳା ଜଣକ ଘରୋଇ ଡାକ୍ତରଖାନାକୁ ଆସିଥିଲେ।

ହେଲେ ଧୀରେ ଧୀରେ ଭଲ ହୋଇଯିବ କହି ତାଙ୍କୁ ନର୍ସିଂ ହୋମ କତୃପକ୍ଷ ବୁଝାଇ ଫେରାଇ ଦେଉଥିଲେ। ବେଳକୁ ବେଳ ସେହି ସ୍ଥାନ ରୁ ପୂଜ ବାହାରିବାରୁ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ବାଧ୍ୟ ହୋଇ ପ୍ରଥମେ ଏସସିବି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଆଲଟ୍ରାସାଉଣ୍ଡ କରାଯିବା ପରେ ଟିଉମର ହୋଇଯାଇଛି ବୋଲି କହିଥିଲେ ବଡ ଡାକ୍ତରଖାନାର ପରୀକ୍ଷକ। ସେତେ ବେଳକୁ ମହିଳାଙ୍କ ପେଟ ଧୀରେ ଧୀରେ ଫୁଲିବାକୁ ଲାଗିଲା। ଯନ୍ତ୍ରଣା ବି ବଢ଼ିବାକୁ ଲାଗିଲା।

ବାଧ୍ୟ ହୋଇ ସେହି କଟକର ଆଉ ଗୋଟିଏ ଘରୋଇ ନର୍ସିଂ ହୋମକୁ ଚିକିତ୍ସା ପାଇଁ ଯିବା ବେଳକୁ ପେଟରେ ଅପରେସନ ସମୟରେ କିଛି ରହି ଯାଇଛି ବୋଲି କୁହାଯାଇଥିଲା । ଅପରେସନ କରାଯିବାର ପରାମର୍ଶ ଦେଇଥିଲେ ସେଠାକାର ଡାକ୍ତର । ସେଠାରେ ଗତ ଜୁନ ମାସ ୨୨ ତାରିଖରେ ଆଡ଼ମିଶନ ହୋଇ ୨୩ ତାରିଖ ଦିନ ଅପରେସନ କରାଯାଇଥିଲା । ପେଟ ରୁ ଏକ ଗଜ କନାକୁ ବାହାର କରିଥିଲେ ଡାକ୍ତର।

୨୩ ତାରିଖ ଅପରେସନ ପରେ ତ୍ରୁଟି କରିଥିବା ଘରୋଇ ନର୍ସିଂହୋମକୁ ଆସିଥିଲେ ଅବନ୍ତିଙ୍କ ସ୍ଵାମୀ ଗିରିଶ ଦଳେଇ। ଭୁଲ ଅପରେସନ ପାଇଁ ତାଙ୍କ ସ୍ତ୍ରୀଙ୍କର ମୂଲ୍ୟବାନ ଜୀବନ ଯଦି ଚାଲିଯାଇଥାଆନ୍ତା ତେବେ କିଏ ଦାୟି ହୋଇଥାନ୍ତା ବୋଲି ପ୍ରଶ୍ନ କରିଥିଲେ । ତେବେ ହସ୍ପିଟାଲ କତୃପକ୍ଷ ନିଜ ଦୋଷକୁ ସ୍ବୀକାର କରି ଆପୋଷ ସମାଧାନ ପାଇଁ ଗତ ଜୁନ ମାସ ୨୮ ତାରିଖ ରେ ଚୁକ୍ତିନାମା କରିଥିଲେ ଯେ ବାହାରେ ଚିକିତ୍ସା ବାବଦରେ ଖର୍ଚ୍ଚ ଟଙ୍କା କୁଆଡେ ବହନ କରିବେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିଲା ହେଲେ ଆଉ ଧରା ଛୁଆଁ ଦେଲେନି କତୃପକ୍ଷ। ଶେଷରେ ବାଧ୍ୟ ହୋଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅବନ୍ତି ସେଠ।

ଏପଟେ ଅଭିଯେୋଗ ପରେ ଉକ୍ତ ଘରୋଇ ନର୍ସିଂହୋମ କତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି କି ଅବନ୍ତିଙ୍କୁ ଆଗରୁ ୯୫ହଜାର ଟଙ୍କା ଦିଆଯାଇସାରିଛି । ତେବେ କିଏ ସତ କହୁଛି କିଏ ମିଛ? ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.