Below header

ଖୋଲିଲା ଭାଗ୍ୟର ପେଡି, ଆରମ୍ଭ ହେଲା ଗଣତି

ଭଦ୍ରକ(କେନ୍ୟୁଜ୍): ଧାମନଗର ଉପ ନିର୍ବାଚନରେ କାହାର କେତେ ଦମ୍‌ ? ବିଜେଡିରୁ ଅବନ୍ତୀ ନା ବିଜେପିରୁ ସୂର୍ଯ୍ୟବଂଶୀ ? ନା ଶଙ୍ଖ ଚିହ୍ନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର କୁମାର ଦାସ । ଆରମ୍ଭ ହୋଇଛି ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଗଣତି କରାଯାଉଛି । ପରେ ଇଭିଏମ୍‌ କାଉଣ୍ଟିଂ କରାଯିବ । ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କାଉଣ୍ଟିଂ ପରେ ୫ଟି ବୁଥର ଭିଭିପିଏଟିକୁ ମେଳ କରାଯିବ । ପୂରା ପ୍ରକ୍ରିୟା ନିରୀକ୍ଷଣ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଅବଜରଭର ନିଯୁକ୍ତ ହେବେ । ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ । ଭୋଟ ଗଣତି ପାଇଁ ସୁରକ୍ଷା କଡ଼ାକଡ଼ି । ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ ଫୋର୍ସ ଓ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗଣତି ପାଇଁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.