Below header

ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ: ୨ ମାସର ଭଡା ଗାଡି ବିଲ୍‌ କରାଇ ଦେବାକୁ ନେଉଥିଲେ ଲାଞ୍ଚ

କଟକ/ନୂଆପଡ଼ା(କେନ୍ୟୁଜ୍):   ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ । ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ସହକାରୀ ପ୍ରାଣୀ ଚିକିତ୍ସକ ବିଭୁପ୍ରସାଦ ଧଳଙ୍କୁ ଧରିଛି ଭିଜିଲାନ୍ସ । ଦୁଇ ମାସର ଭଡା ଗାଡି ବିଲ୍‌ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ରେଡ୍‌ କରି ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଚାହାରପାଲି ଗାଁର ପରମାନନ୍ଦ ବଗର୍ତ୍ତୀ ତାଙ୍କ ଗାଡ଼ିକୁ ସିନାପାଲି ଚିକିତ୍ସାଳୟରେ ନିୟୋଜିତ କରାଇଥିଲେ ।

ସେହି ଗାଡ଼ିର ୨ ମାସର ବକେୟା ଟଙ୍କା କରାଇ ଦେବାକୁ କହିବାରୁ ବିଭୁପ୍ରସାଦ ଧଳ ଲାଞ୍ଚ ମାଗିଥିଲେ । ପୂର୍ବ ଯୋଜନା ମୁତାବକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ଚଢ଼ାଉ କରି ୨୦ ହଜାର ଟଙ୍କା ସହ ବିଭୁପ୍ରସାଦ ଧଳଙ୍କୁ କାବୁ କରିଛି । ପ୍ରାଣୀ ଚିକିତ୍ସକଙ୍କ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.