ସାଉଥ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ, ସେମିରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ

ଟି-୨୦ ବିଶ୍ୱକପରେ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇଛି ନେଦରଲାଣ୍ଡ । ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍ରେ ହରାଇଛି ନେଦରଲାଣ୍ଡ। ଫଳରେ ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଟିମ୍ ବିଶ୍ୱକପରୁ ବାଦ୍‌ ପଡିଛି। ଆଉ ଏହି ମ୍ୟାଚ୍‌ ପାଇଁ ଭାରତ ସେମିଫାଇନାଲରେ ପହଞ୍ଚିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ନେଦରଲାଣ୍ଡର ପ୍ରଥମ ବିଜୟ। ନେଦରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇବା ଭାରତକୁ ଫାଇଦା ଦେଇଛି। ଚଳିତ ଟି-୨୦ ବିଶ୍ୱକପରେ ଅନେକ ବଡ ବଡ ଦଳ ପରାସ୍ତ ହେଉଛନ୍ତି। ବଡ ଟିମକୁ ହରାଇବାରେ ସକ୍ଷମ ହେଉଛନ୍ତି ଛୋଟ ଟିମ୍‌ । ତେବେ ପୂର୍ବରୁ ସୁପର-୧୨ ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛି। ଆଉ ଏଥିପାଇଁ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛି ଗତଥରର ଚାମ୍ପିଅନ ଅଷ୍ଟ୍ରେଲିଆ।

ନ୍ୟୁଜିଲାଣ୍ଡ ଟିମ୍‌ ଶେଷ ମ୍ୟାଚରେ ଆର୍ୟଲାଣ୍ଡକୁ ୩୫ ରନରେ ହରାଇ ସେମିରେ ପ୍ରବେଶ କରିଥିବା ବେଳେ ଇଂଲଣ୍ଡ ୪ ଓ୍ଵିକେଟରେ ଶ୍ରୀଲଙ୍କାଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।

ତେବେ ଆଜିର ମ୍ୟାଚ ଦକ୍ଷିଣ ଆଫ୍ରିକାର ହାରିବା ପରେ ପଏଣ୍ଟ ଟେବୁଲରେ ଭାରତର ୬ ଅଙ୍କ ପାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଟିମ୍‌ ଇଣ୍ଡିଆର ରନ୍‌ ରେଟ +୦.୭୩୦ ରହିଥିବା ବେଳେ ସାଉଥ ଆଫ୍ରିକାର +୦.୮୭୪ ଏବଂ ପାକିସ୍ତାନର +୧.୧୧୭ ରନରେଟ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.