Below header

ଭୂତ ଛଡ଼ାଇବା ନାଁରେ ନାବାଳକକୁ ନିସ୍ତୁକ ମାଡ଼ ଘଟଣା, ଗୁଣିଆ ଦମ୍ପତି ଗିରଫ

ବାଲେଶ୍ବର(କେନ୍ୟୁଜ୍): ଭୂତ ଛଡ଼ାଇବା ନାଁରେ ନାବାଳକକୁ ନିସ୍ତୁକ ମାଡ଼ ଘଟଣାରେ ଗୁଣିଆ ଦମ୍ପତି ଗିରଫ। ରାଣୀଗୁଡ଼ା ଅ଼ଞ୍ଚଳରୁ କମର୍ଦ୍ଦା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଣୀଗୁଡ଼ା ଗାଁର ଜଣେ ନାବାଳକଙ୍କ ଦେହ ଅସୁସ୍ଥ ହେବାରୁ ପରିବାରଲୋକେ ଡାକ୍ତରଖାନା ନଯାଇ ଗୁଣିଆ ପାଖକୁ ଯାଇଥିଲେ। ଗୁଣିଆ ଅଜୟ ରାଉଳ ଓ ତାଙ୍କ ସ୍ତ୍ରୀ ଭୂତ ଲାଗିଥିବା କହି ନାବାଳକକୁ ନିସ୍ତୁକ ପିଟିଥିଲେ। ଆଉ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗୁଣିଆ ଦମ୍ପତ୍ତିଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.