ପୁଣିଥରେ ଚନ୍ଦ୍ରକୁ ପଠାଯିବ ଆଉ ଏକ ଯାନ, ଇସ୍ରୋର ଚନ୍ଦ୍ରୟାନ୍‌-୩ ପ୍ରସ୍ତୁତି ଆରମ୍ଭ

ଚନ୍ଦ୍ରୟାନ୍‌-୨ର ଆଂଶିକ ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନେ ଭାଙ୍ଗି ନପଡ଼ି ପୂର୍ଣ୍ଣ ସଫଳତା ପାଇବାକୁ ପୁଣିଥରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ଖୁବ୍‌ଶୀଘ୍ର ଚନ୍ଦ୍ରୟାନ୍‌-୩ ଲଞ୍ଚ୍‌ କରିବାକୁ ଯାଉଛି। ତେବେ ଇତି ମଧ୍ୟରେ ଚନ୍ଦ୍ରୟାନ୍‌-୨ ଜହ୍ନମାମୁଙ୍କର ସବୁଠୁ ସୁନ୍ଦର ଫଟୋ ପଠାଇଛି। ଇସ୍ରୋ ଚନ୍ଦ୍ରୟାନ୍‌ -୨ର ଟେରେନ୍‌ ମ୍ୟାପିଂ କ୍ୟାମେରା ଦ୍ୱାରା କ୍ରିଟରର ୩ଡି ଭିୟୁ ଫଟୋ ସେୟାର କରିଛି। ଏହି ଫଟୋ ୧୦୦ କିଲୋମିଟର ଅର୍ବିଟରରୁ ନିଆଯାଇଥିବା କୁହାଯାଉଛି।

ଦେଖନ୍ତୁ ଫଟୋ:

ଚନ୍ଦ୍ରରେ ଏକ ବଡ଼ ଗର୍ତ୍ତ ଥିବା ଫଟୋରେ ଦେଖିବାକୁ ମିଳିଛି। ଏହି ଗର୍ତ୍ତ ଲାଭାକୂପ ବା ଆଗ୍ନେୟଗିରି ଭଳି ନଜର ଆସୁଛି। ବୈଜ୍ଞାନିକଙ୍କ କହିବାନୁସାରେ ଏହି ଲାଭା କୂପରୁ ଜୀବନ ସମ୍ଭବ କି ନାହିଁ ଜଣାପଡ଼ିବ। ଜହ୍ନରେ ଏହି ଗର୍ତ୍ତ ଆଗକୁ ଗବେଷଣା କରିବାକୁ ଖୋରାକ ଯୋଗାଇବ। ଚନ୍ଦ୍ରୟାନ୍‌ -୨ର ଲ୍ୟାଣ୍ଡର ବିକ୍ରମ ଜହ୍ନରେ ନିଷ୍କ୍ରିୟ ହୋଇଯାଇଥିଲେ ମଧ୍ୟ ଏହାର ଅର୍ବିଟର ଲଗାତାର ଚନ୍ଦ୍ରର ଫଟୋ ପଠାଉଛି।

ଏହାସହ ପଢ଼ନ୍ତୁ: ଟ୍ଵିଟରିଆନ୍‌ଙ୍କ ପାଇଁ ଖୁସି ଖବର, ଏବେ ଟ୍ଵିଟ୍‌ କରିବା ବେଳେ ଆଉ ଅକ୍ଷର ସଂଖ୍ୟାକୁ ନେଇ କରିବାକୁ ପଡ଼ିବନି ଚିନ୍ତା

ଅନ୍ୟପଟେ ଆସନ୍ତାବର୍ଷ ଇସ୍ରୋ ଚନ୍ଦ୍ରକୁ ପୁଣିଥରେ ଆଉ ଏକ ଯାନ ଚନ୍ଦ୍ରୟାନ୍‌-୩ ପଠାଇବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଏହି ମିଶନର ଲକ୍ଷ୍ୟ କେବଳ ଲ୍ୟାଣ୍ଡର ଓ ରୋଭର ପଠାଇବା ରହିବ। ଏଥିରେ ଅର୍ବିଟର ରହିବ ନାହିଁ। ବୈଜ୍ଞାନିକମାନେ ଆସନ୍ତା ୭ ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରୟାନ୍‌-୨ର ଅର୍ବିଟର ବ୍ୟବହାର କରିବେ ବୋଲି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.