Below header

ବଲାଙ୍ଗିର: ନିଆରା ଢଙ୍ଗରେ ବିବାହର ୫୦ବର୍ଷ ପୂର୍ତ୍ତି ପାଳନ କଲେ ଦମ୍ପତ୍ତି, ଯୁବପିଢିଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବଲାଙ୍ଗିର: ନିଆରା ଢଙ୍ଗରେ ବିବାହର ୫୦ବର୍ଷ ପୂର୍ତ୍ତି ପାଳନ । ନିଜ ଶରୀର ଦାନ କଲେ ଦୁଇ ଦମ୍ପତ୍ତି । କଣ୍ଟାବାଞ୍ଜି ସହରର ସମାଜସେବୀ ବିଜୟ ବଂଶଲ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ବଂଶଲ ସରସ୍ୱତୀ ପୂଜା ଅବସରରେ ନିଜ ଶରୀର ଦାନ ପାଇଁ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ସତ୍ୟପାଠ କରିଛନ୍ତି। ଦମ୍ପତ୍ତିଙ୍କ ଏହି ପଦକ୍ଷେପକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟ ବଂଶଲ ପ୍ରାୟ ୫୩ଥର ରକ୍ତ ଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି। ଆଗକୁ ଯୁବପିଢି ମଧ୍ୟ ତାଙ୍କ ଠାରୁ ପ୍ରେରଣା ପାଇ ଏଭଳି ମହତ କାମ କରିବେ ବୋଲି ଆଶା ରଖିଛନ୍ତି ବଂଶଲ ଦମ୍ପତ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.