ବଜେଟ୍‌ରୁ ଓଡ଼ିଶାକୁ କ’ଣ ମିଳିବ ଲାଭ? ରେଳବାଇ କ୍ଷେତ୍ରରେ ୬ ହଜାର କୋଟି ଅନୁଦାନ ମାଗିଛି ରାଜ୍ୟ

ଏଥର ବଜେଟ୍‌ରେ ଓଡ଼ିଶାକୁ କ’ଣ ମିଳିବ ଲାଭ । ରାଜ୍ୟ ସରକାରଙ୍କ କଣ ରହିଛି ଆଶା । କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଅଂଶଧନ କେତେ ପ୍ରତିଶତ ରହିବ । ପୂର୍ବରୁ ୯୦-୧୦ ଥିବା ବେଳେ ଏବେ ଅନେକ ଯୋଜନା ୬୦-୪୦ ପ୍ରତିଶତ ଭାଗିଦାରୀକୁ ଚାଲି ଆସିଛି । ଯାହା ରାଜ୍ୟ ସରକାରଙ୍କ ଉପରେ ଅଧିକ ବୋଝ ପଡୁଛି । ବଜେଟରେ କେନ୍ଦ୍ରୀୟ ଯୋଜନାରେ କଣ ରହିବ ଭାଗ, ତା ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ସେହିପରି ଭିତ୍ତିଭୂମି ବାବଦରେ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏଥିରୁ ଓଡ଼ିଶାର ଭାଗ କେତେ ରହିବ । କେନ୍ଦ୍ରୀୟ ଟିକସରୁ ରାଜ୍ୟର ଭାଗ କେତେ ରହିବ । ଜିଏସିଟି ବାବଦରେ ୧୩୪୫ କୋଟି ଟଙ୍କା ବକେୟା ରହିଛି । ଜାନୁଆରୀ ସୁଦ୍ଧା ଏହା ଅଢ଼େଇ ହଜାର କୋଟି ଟପିବ ।

budgetରେଳବାଇ କ୍ଷେତ୍ରରେ ୬ ହଜାର କୋଟି ଟଙ୍କାର ଅନୁଦାନ ମାଗିଛି ଓଡ଼ିଶା । କେତେ ରେଳବାଇ ପାଇର୍ ମିଳିବ ତାକୁ ଅପେକ୍ଷା କରାଯାଇଛି । ଅର୍ଥ କମିଶନଙ୍କ ବର୍ଷିକିୟା ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ଅନୁଦାନ ନିର୍ଭର କରୁଛି । କେନ୍ଦ୍ର ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବାକୁ ହର ଘର ଜଲ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଓଡ଼ିଶାରେ ବସୁଧା ନାମରେ ଏହି ଯୋଜନା ୩ ବର୍ଷ ହେଲା ଚାଲୁଛି । ଓଡ଼ିଶାରେ ଏହା ଲାଗୁ ହେବ ନା ବସୁଧା ସହ ମିଶିବ, ତାକୁ ନେଇ ମଧ୍ୟ ନଜର ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.