Below header

ଖୋର୍ଦ୍ଧା: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(କେନ୍ଯୁଜ୍): ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାନ ନଈରୀ ଗାଁରେ ସ୍ୱାମୀ,ସ୍ତ୍ରୀଙ୍କ ଆତ୍ମହତ୍ୟା। ଏହି ଦମ୍ପତ୍ତି କିଛି ଦିନ ହେବ ଏଠାରେ ଘର ଭଡା ନେଇ ରହୁଥିଲେ। ସେମାନେ ୩ମାସ ତଳେ ପ୍ରେମ ବିବାହ କରିଥିଲେ। ମୃତକ ଦୁଇଜଣ ସନା ସାହୁ ଓ ଶିବାନୀ ସାହୁ। ମୁଲ ଲାଗି ସନା ଘର ଚଳାଉଥିଲେ। ତେବେ ପାରିବାରିକ କଳହକୁ ନେଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.