World Smile Day : ଖୁସି ରୁହନ୍ତୁ, ଛୁଇଁପାରିବନି ଅନେକ ରୋଗ

ପ୍ରତ୍ୟେକ ମଣିଷ ନିଜ ଜୀବନର ସବୁ ଦୁଃଖ କଷ୍ଟ ଭୁଲି ଖୁସିରେ ରହିବାକୁ ଚାହେଁ। ଜୀବନରେ ଖୁସି ରହିବା ବହୁତ ଜରୁରୀ। କିନ୍ତୁ ଅନେକ ଥର ଜୀବନରେ ଏପରି କିଛି ପରିସ୍ଥିତି ଆସିଥାଏ ଯେଉଁଠି ଆପଣ ନ ଚାହିଁ ମଧ୍ୟ ଜବରଦସ୍ତି ଖୁସି ହୋଇଥାନ୍ତି। କିନ୍ତୁ ଏହି ଖୁସି ଆମକୁ ଆଗକୁ ଯିବାକୁ ସାହସ ଯୋଗାଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଜୀବନରେ ଖୁସି ରହିବା କେତେ ଜରୁରୀ। ଖୁସି ରହିବା ଯୋଗୁଁ ଆମ ସ୍ୱାସ୍ଥ୍ୟ ଉପରେ ଖୁବ୍‌ ସକାରାତ୍ମକ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ଖୁସି ରହିବା ଦ୍ୱାରା ଆମ ଉପରେ କ’ଣ କ’ଣ ଲାଭ ମିଳିଥାଏ।

happy-face

ଖୁସି ରହିବାର ଅନେକ ଫାଇଦା ରହିଛି। ଖୁସି ରହିବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଖୁସି ରହିବା ଦ୍ୱାରା ଅନେକ ରୋଗ ଆପଣଙ୍କୁ ଛୁଇଁପାରେ ନାହିଁ। ସେଥିପାଇଁ ଯେତେ ପାରିବେ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତୁ।

ଏହାସହ ପଢ଼ନ୍ତୁ ; ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ମସାଜ ଟିପ୍ସ, ମିଳିବ ଫାଇଦା

ଖୁସିରେ ରହିବା ଯୋଗୁଁ ଆପଣଙ୍କ ଚିନ୍ତା କମ୍‌ ହୋଇଥାଏ। ଖୁସିରେ ରହୁଥିବା ବ୍ୟକ୍ତି ଯେତେ ଚିନ୍ତାରେ ରହିଲେ ମଧ୍ୟ ମୁହଁରେ ହସ ରଖିଥାଏ। ପ୍ରତିଟି ପରିସ୍ଥିତିରେ ମଜବୁତ ହୋଇ ଠିଆ ହୋଇ ରହେ। ତେଣୁ ଖୁସିରେ ରହୁଥିବା ଲୋକ ପ୍ରତିଟି ଅସୁବିଧାକୁ କମ୍‌ କରିପାରେ।

6

ଆମେ ସବୁବେଳେ ଶୁଣିଛେ, ହସିଲେ ବୟସ ବଢିଥାଏ। ହସିବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ। ଯଦି ଆମକୁ କୌଣସି ରୋଗ ନ ହେବ ତେବେ ଆମେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିବା।

ହସିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ସବୁବେଳେ ଡାକ୍ତର ଖୁସିରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି। ହସିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ହୃଦ୍‌ ସମ୍ବନ୍ଧିତ କୌଣସି ରୋଗ ଆପଣଙ୍କୁ ହୋଇନଥାଏ। ଏଥିପାଇଁ ସବୁବେଳେ ଖୁସି ରହିବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.