Below header

କରୋନାକୁ ବାଏ ବାଏ କରିବାକୁ ପ୍ରସ୍ତୁତ ଟିକା, ଓଡ଼ିଶାର ସବୁ ଜିଲ୍ଲାରେ ହୋଇଛି ଡ୍ରାଏ ରନ୍‌

କେନ୍ୟୁଜ୍(ବ୍ୟୁରୋ):  ସବୁ କିଛି ଥିଲା ପ୍ରସ୍ତୁତ । ପ୍ରତି ଟିକାଦାନ କେନ୍ଦ୍ରରେ ତିନିଟି ରୁମରେ ସଜାଗ ଥିଲେ କର୍ମଚାରୀ । ଗୋଟିଏ ଟିକାକରଣ ରୁମ୍‌, ଗୋଟିଏ ୱେଟିଂ ରୁମ ଓ ଗୋଟିଏ ପର୍ଯ୍ୟବେକ୍ଷଣ ରୁମ୍‌ । ଉପସ୍ଥିତ ଥିଲେ ୪ ଜଣିଆ ଟିମ୍‌ । ଏମାନଙ୍କ ମଧ୍ୟରୁ ଜଣେ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ, ଅନ୍ୟ ଜଣେ ହିତାଧିକାରୀଙ୍କ ପଞ୍ଜୀକରଣ କରିଥିଲେ । କୋଲ୍ଡ ଷ୍ଟୋରେଜ, ହସ୍ପିଟାଲ ଯାଏ ଟିକା ଯିବା, ଟିକାକରଣ କେନ୍ଦ୍ରକୁ ଟିକା ପରିବହନ, ସାମାଜିକ ଦୂରତା ରଖି ଲୋକଙ୍କୁ ଟିକା ପ୍ରଦାନ ପରିଚାଳନାର କରାଯାଇଛି ଅଭ୍ୟାସ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟାଳୟ ଓ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ହୋଇଛି ଡ୍ରାଏ ରନ୍‌ । ଏସ୍‌ସିଏସ୍‌ ପ୍ରଦୀପ୍ତ ମହାପାତ୍ର କ୍ୟାପିଟାଲ ହସ୍ପିଟାଲରେ ଭ୍ୟାକ୍ସିନ୍‌ ସେଣ୍ଟରର ଶୁଭାରମ୍ଭ କରିଛନ୍ତି । କହିଛନ୍ତି, ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର ସବୁ ଜିଲ୍ଲାରେ ଡ୍ରାଏ ରନ୍‌ ହୋଇଛି । ଭ୍ୟାକ୍ସିନ୍‌ ଆସିଲେ ବିତରଣର କୌଣସି ଅସୁବିଧା ହେବନାହିଁ । ରାଜ୍ୟରେ ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ଏଥିପାଇଁ ୮ ହାଜର ୨୭୬ ଜଣ କର୍ମୀ ନିୟୋଜିତ ଅଛନ୍ତି ।

covid vaccineଏପଟେ ପ୍ରଥମ ପର୍ଯ୍ୟାୟରେ ତିନି କୋଟି କୋଭିଡ୍‌ ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା । ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨ କୋଟି ଆଗ ଧାଡିର କର୍ମଚାରୀଙ୍କୁ ମାଗଣାରେ ଟିକା ଦିଆଯିବ । ଜୁଲାଇ ସୁଦ୍ଧା ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ପ୍ରସ୍ତୁତି ଚାଲିଛି। ଦେଶରେ ଡ୍ରାଏ ରନ୍‌ ଚାଲିଥିବା ବେଳେ ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ସମସ୍ତ ଭାରତୀୟଙ୍କୁ ମାଗଣା ଟିକା ଦିଆଯିବ । ଟିକାକରଣ ପୂର୍ବରୁ ଦେଶବ୍ୟାପି ହୋଇଛି ଚୂଡ଼ାନ୍ତ ରିହାରସାଲ୍‌ । ଟିକା ଦିଆଯାଉନି, କିନ୍ତୁ ଟିକା ଦିଆଯିବାର ସମସ୍ତ ପ୍ରକ୍ରିୟା ପରିଚାଳିତ ହେଉଛି । ଗୋଟିଏ ଦିନରେ ସବୁ ରାଜ୍ୟ ଓ କନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରାଏ ରନ୍‌ ହୋଇଛି । ନିର୍ବାଚନ ପ୍ରକ୍ରିୟା ଭଳି ପରିଚାଳିତ ହେବ ଟିକାକରଣ। ଟିକାକୁ ନେଇ ଗୁଜବ ନ କରିବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.