“ରାସ୍ତା ମୋ ବାପା ସମ୍ପତ୍ତି”

ଗାଁଦାଣ୍ଡରେ ଗୁହାଳ ନିର୍ମାଣକୁ ନେଇ ଉତ୍ତେଜନା । ହଇରାଣ ହେଉଛନ୍ତି ୩ଶହ ଗ୍ରାମବାସୀ । ସେପଟେ ଗୁହାଳ ହୋଇଥିବା ଜାଗାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରିଛନ୍ତି ଗୁହାଳ ମାଲିକ ।

ଗାଁ ମଝିରେ ଗୁହାଳ । ୪୫ଟି ପରିବାରର ୩ଶହ ଲୋକ ଅଚଳ । ପାଣି ଆଣିବାକୁ ଅଧ କିଲୋମିଟର ରାସ୍ତା ବୁଲି ବୁଲି ଯିବାକୁ ପଡୁଛି। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ମାଗୁରା ଧାନମଣ୍ଡଳ ପଞ୍ଚାୟତର ବଡଦେବିଲି ଗାଁ ଲେଙ୍କାସାହିର ଅରୁଣ ଲେଙ୍କା । ଜୋର ଜବରଦସ୍ତ ଗାଁ ମଝିରେ କଙ୍କ୍ରିଟ୍ ରାସ୍ତା ଉପରେ ଗୁହାଳ କରିଛନ୍ତି । ଗାଁଲୋକ ବିରୋଧ କଲେ ବି ଶୁଣୁନାହାନ୍ତି । ଏନେଇ ଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

guhala

ଗୁହାଳ ହୋଇଥିବା ଜାଗା ତାଙ୍କ ପୈତୃକ ସମ୍ପତ୍ତି ବୋଲି କହିଛନ୍ତି ଗୁହାଳ ମାଲିକ । ସେପଟେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ନୀରିକ୍ଷକ ସରଜମିନ୍ ତଦନ୍ତ ଚଳାଇଛନ୍ତି । ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କଲେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ରାସ୍ତା ଉପରୁ ତୁରନ୍ତ ଅବରୋଧ ହଟାଇବାକୁ ଗାଁଲୋକ ଦାବି କରିଛନ୍ତି।

Leave A Reply

Your email address will not be published.