କ୍ରାଇମବ୍ରାଞ୍ଚ ADG ସଂଜୀବ ପଣ୍ଡାଙ୍କ ସାଇକେଲ ଯାତ୍ରା, ୭୫ ଘଣ୍ଟାରେ ଗଲେ ୧ହଜାର କିଲୋମିଟର

ଭୁବନେଶ୍ୱର(କେନ୍ଯୁଜ୍): ୭୫ ଘଣ୍ଟାରେ ୧ହଜାର କିଲୋମିଟର ସାଇକେଲ ଯାତ୍ରା। ଭୁବନେଶ୍ୱର CYCLING AND ADVENTURE କ୍ଲବ ପକ୍ଷରୁ ୧ହଜାର କିଲୋମିଟର ସାଇକେଲ ଯାତ୍ରା କରିଛନ୍ତି କ୍ରାଇମବ୍ରାଞ୍ଚ ADG ସଂଜୀବ ପଣ୍ଡା।

cycle

୨୪ ତାରିଖ ସକାଳେ ସେ ଭୁବନେଶ୍ୱର କ୍ଲବରୁ ଆରମ୍ଭ କରିଥିଲେ ସାଇକେଲ ଯାତ୍ରା। ଭୁବନେଶ୍ୱରରୁ ବିଶାଖାପଟାଣା ଓ ଧର୍ମାବରମ ଦେଇ ୨୭ ତାରିଖ ସକାଳେ ଭୁବନେଶ୍ୱର ଫେରିଥିଲେ। ଭୁବନେଶ୍ୱର କ୍ଲବ ସଭାପତି ତଥା କ୍ରାଇମବ୍ରାଞ୍ଚ ADG ସଂଜୀବ ପଣ୍ଡାଙ୍କ ନେତୃତ୍ୱରେ ୨୩ଜଣିଆ ଟିମ୍‌ ଯାତ୍ରା କରିଥିଲା।