ଆମେ କରିବୁ ଆମ ସ୍କୁଲର ବିକାଶ: ଏକାଠି ହୋଇ ଏମିତି ନିଆରା ପଦକ୍ଷପ ଗ୍ରହଣ କଲେ ପୁରାତନ ଛାତ୍ରଛାତ୍ରୀ

ଭଞ୍ଜନଗର(କେନ୍ଯୁଜ୍): ୧୯୭୫ ରୁ ୨୦୨୦ । ଏକାଠି ହୋଇଥିଲେ ୪୫ ଟି ବ୍ଯାଚ୍‌ ର ଛାତ୍ର-ଛାତ୍ରୀ । ଅବସର ଥିଲା, ଦୀର୍ଘବର୍ଷ ପରେ ପରସ୍ପରକୁ ଭେଟିବା । ଅତୀତର ପାଠପଢା ସମୟକୁ ମନେ ପକାଇବା । ତା’ସହିତ ପରିଣତ ବୟସରେ, ନିଜସ୍ବ ରୋଜଗାରର କିଛି ଅର୍ଥ ପିଲାବେଳର ସେହି ସ୍କୁଲ ପାଇଁ ଦାନ କରିବା । ମୂଳଲକ୍ଷ୍ୟ ଥିଲା , ନିଜ ପୁରୁଣା ବିଦ୍ୟାଳୟର ସାମଗ୍ରିକ ବିକାଶ ।

୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିବା ସଂପୃକ୍ତ ବିଦ୍ୟାଳୟ , ଏବେ ସରକାରୀ ମାନ୍ଯତା ବି ପାଇଛି । ଅତୀତ ଅପେକ୍ଷା ବିଦ୍ୟାଳୟର କଳେବର ହୋଇଛି । ସରକାର ଙ୍କ ଦ୍ବାରା ବିଭିନ୍ନ ଆର୍ଥିକ ଅନୁଦାନ ଓ ବିକାଶ ମଧ୍ୟ ହୋଇଛି । ତଥାପି , ବିଦ୍ୟାଳୟର ଅନେକ ସମସ୍ଯା ରହିଯାଇଛି । ତେଣୁ ମୋ ସ୍କୁଲ ଅଭିଯାନ ରେ ଅନୁପ୍ରାଣିତ ହୋଇ , ବାକିରହିଥିବା ବିକାଶ କାର୍ଯ୍ଯକୁ ହାତକୁ ନେବାପାଇଁ ଏକାଠି ହୋଇଛନ୍ତି ପୂର୍ବତନ ଛାତ୍ର ଛାତ୍ରୀ । ବିଦ୍ୟାଳୟ ପାଣ୍ଠିକୁ , ନିଜସ୍ବ ସଞ୍ଚିତ-ଅର୍ଥ ଦାନ କରିବା ଆରମ୍ଭ କରିଛନ୍ତି । ଏ ହେଉଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର ଗାଁ ସ୍ଥିତ ଉଚ୍ଚ ବିଦ୍ୟାଳୟ କଥା ।

school student

ପୂର୍ବତନ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ କହିବା କଥା , ଅତୀତରୁ ଆଜିଯାଏଁ ଅନ୍ଯ ବିଦ୍ୟାଳୟ ଭଳି ଏଠିବି ପିଲାଙ୍କୁ ପାଠପଢା ହେଉଛି । ସରକାରୀ ସହାୟତା ଆସୁଛି ଓ ବିଭିନ୍ନ କାର୍ଯ୍ଯକ୍ରମ ହେଉଛି । ତେବେ ସ୍ୱତନ୍ତ୍ରତା ହେଉଛି , ବିଜୟଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିବା ଅଧିକାଂଶ ଛାତ୍ର ଛାତ୍ରୀ , ନୀତୀବାନ୍‌ ଓ ସକରାତ୍ମକ ଚିନ୍ତାଧାରାରେ ଅନୁପ୍ରାଣିତ । ପାଠପଢା ସରିବାପରେ ନିଜ ଜିଲ୍ଲାରୁ ଆରମ୍ଭ କରି ରାଜ୍ଯ , ଦେଶ ତଥା ବିଦେଶରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଅନ୍ତତଃ ବଡ଼ଲୋକ ଅପେକ୍ଷା , ଜଣେ ଜଣେ ଭଲ ମଣିଷଟିଏ ହୋଇପାରିଛନ୍ତି ।

school pic

ଏମାନେ ବୁଝିପାରିଛନ୍ତି , ପିଲାବେଳ ପାଠଶାଳାର ମହତ୍ୱ । ସେ ସମୟରେ ସାର୍‌ ଙ୍କ ବେତମାଡ । ଅତୀତରୁ ଆଜିଯାଏଁ ,ଏସବୁର ଗୋଟି ଗୋଟିକରି ହିସାବ କଲେ ଏମାନେ । ଯେଉଁଠି ପାଠପଢି ଜୀବନ-ଜୀଇଁବାର ଭାଗଫଳ ହାସଲ କଲେ। ଏବେ ତାହାର ବିକାଶ କରିବା ପାଇଁ ଏକାଠି ହୋଇ ସହାୟତାର ହାତ ବଢାଇଲେ ।

ଭଞ୍ଜନଗରରୁ ରତ୍ନାକର ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.