Below header

ଆଇଟିଆର୍‌ ହନିଟ୍ରାପ୍‌ ମାମଲାରେ ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ, ଅଧିକ ତନାଘନା ପାଇଁ ତଦନ୍ତ ନିର୍ଦ୍ଦେଶ ହୋଇପାରେ

କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ସମ୍ପର୍କିତ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇଥିବାରୁ ଜାତୀୟ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି । ସେଥିପାଇଁ ଚାନ୍ଦିପୁର ଆସି ଖୋଳତାଡ କରିପାରେ ଏନଆଇଏ ଟିମ୍‌ । ୨୦୨୧ରେ ଏଭଳି ହନିଟ୍ରାପ୍‌ ମାମଲାରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।

ବାଲେଶ୍ବର(କେନ୍ୟୁଜ୍): ଚାନ୍ଦିପୁର ଆଇଟିଆର୍‌ ହନିଟ୍ରାପ୍‌ ମାମଲାରେ ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ପାକିସ୍ତାନ ଲିଙ୍କ୍‌ର ଅଧିକ ତନାଘନା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ହୋଇପାରେ । ସେହିପରି ଆସିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ସମ୍ପର୍କିତ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇଥିବାରୁ ଜାତୀୟ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି । ସେଥିପାଇଁ ଚାନ୍ଦିପୁର ଆସି ଖୋଳତାଡ କରିପାରେ ଏନଆଇଏ ଟିମ୍‌ । ୨୦୨୧ରେ ଏଭଳି ହନିଟ୍ରାପ୍‌ ମାମଲାରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।

ସେହିପରି ଏନଆଇଏର ୨ ଜଣିଆ ଟିମ୍‌ ମଧ୍ୟ ଚାନ୍ଦିପୁରର ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ତଦନ୍ତ କରିଥିଲା । ସେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ପ୍ରଘଟ ଘଟଣାରେ ୫ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା ଚାନ୍ଦିପୁର ଥାନା ପୋଲିସ୍‌ । ସେମାନଙ୍କ ଭିତରେ ଥିଲେ ଡିଆରଡିଓର ୪ ଜଣ ଠିକା କର୍ମଚାରୀ ଓ ଜଣେ ଡ୍ରାଇଭର । ତାପୂର୍ବରୁ ଜାନୁଆରୀ ୨୦୧୫ରେ ISIକୁ ଗୋପନୀୟ ତଥ୍ୟ ଅଭିଯୋଗରରେ ଚାନ୍ଦିପୁର ଆଇଟିଆରର ଜଣେ ଠିକା ଫଟୋଗ୍ରାଫର ଇଶ୍ୱର ବେହେରାକୁ ଗିରଫ କରାଯାଇଥିଲା । ଏବେ ଆଇଟିଆର୍‌ର ବରିଷ୍ଠ ଅଧିକାରୀ ବାବୁରାମ ଦେ ଗିରଫ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.