ଭାରତ ଯୋଡୋ ଯାତ୍ରା ସହ ମୋର ଇନିଂସ ଶେଷ ହୋଇପାରେ : ସୋନିଆ ଗାନ୍ଧି
ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ଭାରତ ଯୋଡ଼ୋ ଯାତ୍ରା ସହ ରାଜନୀତି ଛାଡ଼ି ପାରନ୍ତି। ରାୟପୁରରେ କଂଗ୍ରେସର ୮୫ତମ ମହାଧିବେଶନରେ ଏହି ଘୋଷଣା କରିଛନ୍ତି ।
ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ଭାରତ ଯୋଡ଼ୋ ଯାତ୍ରା ସହ ରାଜନୀତି ଛାଡ଼ି ପାରନ୍ତି। ରାୟପୁରରେ କଂଗ୍ରେସର ୮୫ତମ ମହାଧିବେଶନରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ନେତା ସୋନିଆ ଗାନ୍ଧି। ଭାରତ ଯୋଡୋ ଯାତ୍ରା ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ ବୋଲି ସେ କହିଛନ୍ତି ।
ମନମୋହନ ସିଂଙ୍କ ନେତୃତ୍ୱରେ ୨୦୦୯ ଓ ୨୦୦୯ରେ ଦଳର ବିଜୟ ତାଙ୍କୁ ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟି ପ୍ରଦାନ କରିଛି ବୋଲି କହିଛନ୍ତି। ମହାଧିବେଶନରେ ବିଜେପି ଓ ଆର୍ଏସଏସକୁ ଟାର୍ଗେଟ କରିଛନ୍ତି ସୋନିଆ। ବିଭିନ୍ନ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବିଜେପି କବଳିତ କରିଥିବା ସେ କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଦେଶବାସୀ ପୁଣି ଥରେ କଂଗ୍ରେସ ସହ ଯୋଡ଼ି ହୋଇପାରିଛନ୍ତି। ଦେଶ ହିତ ପାଇଁ କଂଗ୍ରେସ ଲଢେଇ ଜାରି ରଖିବ ବୋଲି କହିଛନ୍ତି ସୋନିଆ ଗାନ୍ଧି।
If we look at the last 25 years, our victories in 2004 & 2009 elections along with the able leadership of Dr. Manmohan Singh ji gave me personal satisfaction. What gratifies me the most is that my innings could conclude with the historic Bharat Jodo Yatra.
: Smt Sonia Gandhi Ji pic.twitter.com/QncPOej17G
— Congress (@INCIndia) February 25, 2023
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମଗ୍ରିକ ଭାବେ ଦଳ ଓ ଦେଶ ଗୋଟାଏ ଆହ୍ଵାନପୂର୍ଣ୍ଣ ସମୟ ଦେଇ ଗତି କରୁଛନ୍ତି। ଏଭଳି ଏକ ସମୟ ଯେତେବେଳେ ‘ବିଜେପି-ଆର୍ଆର୍ଏସ୍’ ଭାରତର ପ୍ରତିଟି ପ୍ରତିଷ୍ଠାନକୁ ଅକ୍ତିଆର କରିବସିଛି। ଅଳ୍ପ କେତେଜଣ ବ୍ୟବସାୟୀଙ୍କୁ ସମର୍ଥନ ଦେଇ ସେମାନେ ଦେଶର ଅର୍ଥନୀତିକୁ ଧ୍ବଂସ କରିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାରଠାରୁ ରାୟପୁରରେ କଂଗ୍ରେସର ୮୫ତମ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ୨୦୨୪ ସାଧାରଣ ନିର୍ବାଚନ ଏବଂ ଅନ୍ୟ ବିରୋଧୀ ଦଳମାନଙ୍କ ସହିତ ମେଣ୍ଟ ଆଦି ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।