Below header

ଅସୁରକ୍ଷିତ ରାଜଧାନୀ: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ୍

ଭୁବନେଶ୍ବର: ଅସୁରକ୍ଷିତ ରାଜଧାନୀ। କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଘଟଣାରେ ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ। ଗିରଫ ପଶ୍ଚିମବଙ୍ଗର ଅଜୟ ବାଘ। ସେ ଭୁବନେଶ୍ୱରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ଅଭିଯୋଗ ଅନୁୟାୟୀ ଛାତ୍ରୀ ଜଣକ ୟୁନିଟ୍‌-୧ ଅଞ୍ଚଳରେ ରୁହନ୍ତି। ତେବେ ଅଜୟ ବାରମ୍ବାର ତାଙ୍କ ପିଛା କରିବା ସହ ହଇରାଣ କରୁଥିଲେ। ଗତକାଲି ରାତିରେ ଛାତ୍ରୀ ଜଣକ ବାହାରକୁ ଆସିଥିବାବେଳେ ଅଜୟ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ସେ ପାଟି କରିବାରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ଅଜୟକୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.