କାର୍ତ୍ତିକରେ ନିଶ୍ଚୟ ଘରେ ବନାଇ ଖୁଆନ୍ତୁ ‘ବାଦାମ ଫିରନୀ’, ସ୍ୱାଦ ପୂରା ଅଲଗା

ପାର୍ବଣର ଋତୁ ଆସିଲେ ଘରେ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି ଲୋକମାନେ। ଏଥିପାଇଁ ଆପଣ ଘରେ କିଛି ନୂଆ ସ୍ପେଶାଲ ଆଇଟମ୍‌ କରି ପରିବାର ସଦସ୍ୟଙ୍କୁ ଖୁଆଇପାରିବେ। ଏହି ସ୍ପେଶାଲ ଡିସ୍‌ ପାଇଁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ‘ବାଦାମ ଫିରନୀ’ ବନାଇବାର ପ୍ରସ୍ତୁତି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତତ କରିବେ ଏବଂ ଏଥିପାଇଁ କଣ ସବୁ ସାମଗ୍ରୀ ଦରକାର।

ଆବଶ୍ୟକୀୟ ସାମଗ୍ରୀ

ଚାଉଳ ଗୁଣ୍ଡ – ୧ କପ୍‌ (ସାମାନ୍ୟ ମୋଟା ପେଶା ହୋଇଥିବା)

ଘିଅ – ୧ ବଡ ଚାମଚ

ବାଦାମ – ୨ ଛୋଟ ଚାମଚ

କାଜୁ – ୨ ଛୋଟ ଚାମଚ

କ୍ଷୀର – ୪ କପ୍‌

ପାଣି – ୨ କପ୍‌

ଚିନି – ଦୁଇ କପ୍‌

ପିସ୍ତା- ୧ ଛୋଟ ଚାମଚ

ଅଳେଇଚ – ୪ ଟି

ପ୍ରସ୍ତତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନ ନିଅନ୍ତୁ ସେଥିରେ ଘିଅକୁ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଚାଉଳ ଗୁଣ୍ଡ ପକାନ୍ତୁ ଏବଂ ୭ ରୁ ୮ ମିନିଟ୍‌ ଚଲାନ୍ତୁ। ଏହଳ ଭଲ ଭାବରେ ହୋଇଗଲା ପରେ ଏଥରେ ଅଳେଇଚ ଦାନା ପକାନ୍ତୁ ଏବଂ ଚଲାନ୍ତୁ। ଏବେ ଏଥିରେ ପାଣି ଏବଂ କ୍ଷୀରକୁ ମିଶାନ୍ତୁ ଏବଂ ଏହିପରି ଭାବରେ ଲଗାତର ଚଲାନ୍ତୁ। ଏବେ ଏଥିରେ ବାଦାମ ଏବଂ ଚିନି ମିଶାଇ ଦିଅନ୍ତୁ ଏବଂ ଏହାକୁ ମିଡିୟମ ଆଞ୍ଚରେ ଚଲାନ୍ତୁ। ଏହଳ ଯେତେବେଳେ ତଳେ ବସିବାକୁ ଲାଗିବ ସେତେବେଳେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ। ଏବେ ଏଥିରେ କଟା କାଜୁ, ପିସ୍ତାରେ ସଜାଇ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.