ଶେଷ ହେଲା କାର୍ତ୍ତିକ ମାସର ମହାପର୍ବ ବଡ ଓଷା, ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ଗଜ ଭୋଗ ଓ ତରଣ

ଆଠଗଡ: ଶେଷ ହୋଇଛି କାର୍ତ୍ତିକ ମାସର ମହାପର୍ବ ବଡ ଓଷା। ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ। ରାତିରେ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ ଏହି ଗଜ ଭୋଗ ପାଇବା ପାଇଁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଅତି ଶୁଦ୍ଧ ପୂତ ଭାବେ ପୂଜକ ପରିବାର ପକ୍ଷରୁ ଏହାକୁ ପ୍ରସ୍ତୁତ କରି ଗଜଭୋଗ ଓ ତରଣ ଭୋଗକୁ ଧବଳେଶ୍ୱରଙ୍କ ପାଖରେ ଅର୍ପଣ କରିଥାନ୍ତି। ଏହାକୁ ପାଇବା ପାଇଁ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି ଭକ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.