Below header

ଇଡିରେ ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା: ଇଡି ହାତରେ ଡାଏରୀ ଲାଗିବା ପରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର(କେନ୍ୟୁଜ୍):ଇଡିରେ ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା। ଇଡି ତଦନ୍ତକାରୀ ଅଧିକାରୀ, ଏନ୍‌ଫୋର୍ସମେଣ୍ଟ ଅଧିକାରୀ, ମହିଳା ଅଧିକାରୀଙ୍କୁ ନେଇ ହୋଇଥିବା ସ୍ୱତନ୍ତ୍ର ଟିମ୍‌ କରୁଛି ଜେରା । ହନିଟ୍ରାପ୍‌ କେମିତି ହୋଇଥିଲା ? ଏଫ୍‌ଆଇଆର୍‌ରେ ଲେଖିଥିବା ତଥ୍ୟ, ଜେରା ସମୟରେ ଶ୍ରଦ୍ଧାଞ୍ଜଳି ବ୍ଲାକ୍‌ମେଲ ହୋଇଥିବା ନେଇ ଦେଇଥିବା ତଥ୍ୟ ଆଧାରରେ ଚାଲିଛି ଜେରା। ଶ୍ରଦ୍ଧାଞ୍ଜଳିଙ୍କୁ ନେଇ କେଉଁଠି ହନିଟ୍ରାପ୍‌ କରିଛନ୍ତି,ସେ ନେଇ ଇଡି କରୁଛି ଜେରା। ଇଡିରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ତୃତୀୟ ଥର ପାଇଁ ହାଜର ହୋଇଛନ୍ତି ।

ପୂର୍ବରୁ ଦୁଇ ଥରରେ ତାଙ୍କୁ ପାଖାପାଖି ୨୯ ଘଣ୍ଟା ମାରାଥନ୍‌ ଜେରା କରାଯାଥିଲା । ଅର୍ଚ୍ଚନାଙ୍କ ଡାଏରୀ ଇଡି ହାତରେ ଲାଗିବା ପରେ ଆଜି ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ପରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଥିଲା ଇଡି । ପୂର୍ବରୁ ରିମାଣ୍ଡରେ ଯିବା ବେଳେ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି କୁଆଡ଼େ ଗଲେ ବୋଲି ଗଣମାଧ୍ୟମ ଆଗରେ ଚିତ୍କାର କରି କହୁଥିଲେ । ଏବେ ତାଙ୍କ ସହ ମୁହାଁମୁହିଁ ଜେରାରେ କଣ କହିବେ ତାଉପରେ ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.