ନୂଆ ବର୍ଷରେ ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ତୁଳସୀ ଜଟା, ସାରା ବର୍ଷ ଖାଲି ହେବନି ପକେଟ

ଆଉ ଅଳ୍ପ ଦିନ ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷରେ ଏମିତି କିଛି କରନ୍ତୁ, ଯାହାଦ୍ୱାରା ସାରା ବର୍ଷ ଆପଣଙ୍କ ପକେଟ ଟଙ୍କାରେ ଭରି ରହିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣ ନୂଆ ବର୍ଷ ଦିନ କରିବା ଦ୍ୱାରା ଅଶେଷ ଲାଭ ପାଇବେ । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।

ଯେଉଁ ଘରେ ତୁଳସୀ ରହିଥାନ୍ତି,ସେଠାରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଶାସ୍ତ୍ରରେ ତୁଳସୀ ଜଟାକୁ ଖାସ ଭାବେ କୁହାଯାଇଛି । ଯାହାର ପ୍ରୟୋଗ ଦ୍ୱାରା ଧନ ଓ ସମୃଦ୍ଧି କେବେ କମ ହୋଇନଥାଏ ।

ମା ’ ଲକ୍ଷ୍ମୀ ରାଗିଗଲେ ଆର୍ଥିକ କଷ୍ଟର ସାମନା କରିବାକୁ ପଡିଥାଏ । ତେଣୁ ନୂଆବର୍ଷର ପ୍ରଥମ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ମଞ୍ଜରୀ ଅର୍ପଣ କରନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ଦୟା କରିବେ । ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ ।

ତୁଳସୀ ଜଟା ଉପାୟ 

ଘରେ ଅଶାନ୍ତିର ମାହୋଲ ରହୁଛି, ଛୋଟ କଥାରେ ଝଗଡା ହେଉଛି ଯଦି ଶୁଭ ଦିନରେ ତୁଳସୀ ଜଟା ଛିଡାଇ ରଖି ଦିଅନ୍ତୁ । ସକାଳେ ସବୁଦିନ ଗଙ୍ଗାଜଳରେ ଜଟାକୁ ବୁଡ଼ାଇ ଘରର ସବୁ କୋଣରେ ଛିଞ୍ଚନ୍ତୁ । ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଧ୍ୟାନ ରଖିବେ ଜଟା ଯେପରି ଗୋଡରେ ନପଡେ ।

ସନ୍ତାନ ଓ ବୈବାହିକ ଜୀବନରେ ଖୁସି ଆଣିବା ପାଇଁ ନୂଆବର୍ଷର ପ୍ରଥମ ଦିନରେ ଦୁଧରେ ଜଟା ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଫଳରେ ପାରିବାରିକ ସୁଖ ମିଳିଥାଏ ।

ତୁଳସୀ ଜଟାକୁ ଏକ ଲାଲ୍‌ କପଡାରେ ବାନ୍ଧି ଧନ ସ୍ଥାନରେ ରଖିବା ଦ୍ୱାରା ପକେଟ ସର୍ବଦା ପୂର୍ଣ୍ଣ ରହିଥାଏ । ଏହାକୁ କପଡାରେ ବାନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ ନୂଆବର୍ଷର ପ୍ରଥମ ଦିନରେ କରିବା ଦ୍ୱାରା ବର୍ଷ ସାରା ଲାଭ ହୋଇଥାଏ ।

ତୁଳସୀ ଗଛରେ ଅଧିକ ଜଟା ଆସିବା ଶୁଭ ସଂକେତ ନୁହେଁ । ବ୍ରହ୍ମାଣ୍ଡ ପୁରାଣ ଅନୁଯାୟୀ, ଯେବେ ତୁଳସୀ ଗଛରେ ଅଧିକ ଜଟା ଆସିଥାଏ ଏହାର ଅର୍ଥ ତୁଳସୀ ଦୁଃଖୀ ଅଟନ୍ତି । ଫଲରେ ଏହା ଧନ ସମୃଦ୍ଧିରେ ଅଭାବ ଆଣିଥାଏ । ତୁଳସୀ ଗଛରୁ ଜଟା ହଟାଇବା ଦ୍ୱାରା ଗଛର ଭଲ ବିକାଶ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.