କୁଣ୍ଡଳୀରେ ରବି ମହାଗ୍ରହ ଦୋଷଯୁକ୍ତ ହେଲେ ହୋଇଥାଏ ମାନ ସମ୍ମାନହାନୀ ଓ ଚକ୍ଷୁ ରୋଗ, ଜାଣନ୍ତୁ ପ୍ରତିକାର

ଜ୍ୟୋତିଷ ଶାସ୍ତ୍ରରେ ରବିଙ୍କୁ ଗ୍ରହରାଜ ବୋଲି କୁହାଯାଇଥାଏ । ରବି ଗ୍ରହଙ୍କ ପ୍ରଭାବରେ ବ୍ୟକ୍ତି ମାନ ସମ୍ମାନ,ସଫଳତା ଓ ବହୁ ଯଶ କିର୍ତ୍ତୀର ଅଧିକାରୀ ହୋଇଥାଏ । ରବି ଗ୍ରହ ଯଦି କୁଣ୍ଡଳୀରେ ଅଶୁଭ ସ୍ଥିତିରେ ରହିଲେ,ତେବେ ସମ୍ମାନହାନୀ, ଆଖି ଓ ହୃଦରୋଗ, ପିତାଙ୍କ ଦେହ ଖରାପ ଆଦି ହୋଇଥାଏ । ଯଦି ଆପଣଙ୍କ କୁଣ୍ଡଳୀରେ ରବି ଗ୍ରହ ଦୋଷଯୁକ୍ତ ହେଲେ ତେବେ ଜ୍ୟୋତିଷ ଶାସ୍ତ୍ରରେ ଦିଆଯାଇଥିବା ଏହି ପ୍ରତିକାର କଲେ ରବି ଗ୍ରହ ଶୁଭ ଫଳ ଦେଇଥାନ୍ତି ।

ଦୈନନ୍ଦୀନ କାର୍ଯ୍ୟଶୈଳୀରେ ଥିବା ପ୍ରତିକାର

• ଲାଲ୍‌ ଓ କମଳା ରଂଗର ପୋଷାକ ପିନ୍ଧନ୍ତୁ ।

• ପିତା, ସରକାରୀ କର୍ମଚାରୀ ଓ ଉଚ୍ଚ ପଦବୀରେ ଥିବା ଲୋକଙ୍କୁ ସମ୍ମାନ ଦିଅନ୍ତୁ ।

• ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ ଓ ଖାଲି ଆଖିରେ ସୂର୍ଯ୍ୟଦେବଙ୍କ ଦର୍ଶନ କରନ୍ତୁ ।

ସକାଳେ ସୂର୍ଯ୍ୟଦେବଙ୍କ ପ୍ରତିକାର କରିବା

• ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ ।

• ପ୍ରତିଦିନ ସୂର୍ଯ୍ୟ ଉଦୟ ବେଳେ ରାମ ଭଗବାନଙ୍କୁ ପୂଜାକରନ୍ତୁ ।

• ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତ୍ରୋତ ପାଠ କରନ୍ତୁ ।

• ରବିବାର ଦିନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଉପବାସ କରନ୍ତୁ ।

• ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ବେଳ ଗଛର ଚେର ହାତରେ ବାନ୍ଧନ୍ତୁ । ଏହି କାର୍ଯ୍ୟ ରବିବାର ହେବା ଉଚିତ୍‌ ।

• ସୂର୍ଯ୍ୟଦେବଙ୍କର ସ୍ୱତନ୍ତ୍ର ଆଶୀର୍ବାଦ ଓ ଲାଭ ପାଇବା ପାଇଁ ୧ ମୁଖୀ, ୩ ମୁଖୀ ଓ ୧୨ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।

ପ୍ରତିଦିନ ସୂର୍ଯ୍ୟ ମନ୍ତ୍ର ଜପ

ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସୂର୍ଯ୍ୟଙ୍କର ଏହି ମନ୍ତ୍ର – ‘ ଓଁ ହ୍ରାଂ ହ୍ରୀଂ ହ୍ରୁଂ ସଃ ସୂର୍ଯ୍ୟାୟ ନମଃ ’ ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.