Below header

ସରିଲା ବାଲିଯାତ୍ରା: ମନ କିଣିଲା ଗୋବର ତିଆରି ଜିନିଷ ଓ ଓରମାସ ସାମଗ୍ରୀ

ଚଳିତ ବର୍ଷ କଟକ ଇନ କଟକ ପ୍ୟାଭିଲିୟନ ଭିତରେ ଥିବା ଗାଁ ପରିବେଶରେ ଦେଖିବାକୁ ମିଳିଛି ଗୋବରରେ ତିଆରି ବିଭିନ୍ନ ଜିନିଷ। ଯାହାକୁ କିଣିବାକୁ ମଧ୍ୟ ଲୋକ ମାନଙ୍କର ଭିଡ଼ ଜମିଥିଲା । ସେହିପରି ବାଲିଯାତ୍ରାର ଓରମାସ ଭିତରେ ଥିବା ଜେଲ ହସ୍ତଶିଳ୍ପ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏଠାରେ ବିକ୍ରି ହେଉଥିବା ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ଜେଲ ଭିତରେ ଥିବା କଏଦୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ।

କଟକ (କେନ୍ୟୁଜ): ସରିଲା କଟକ ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ କଟକ ଇନ କଟକ ପ୍ୟାଭିଲିୟନ ଭିତରେ ଥିବା ଗାଁ ପରିବେଶରେ ଦେଖିବାକୁ ମିଳିଛି ଗୋବରରେ ତିଆରି ବିଭିନ୍ନ ଜିନିଷ। ଯାହାକୁ କିଣିବାକୁ ମଧ୍ୟ ଲୋକ ମାନଙ୍କର ଭିଡ଼ ଜମିଥିଲା । ଗୋବରକୁ ବ୍ୟବହାର କରି ତିଆରି ହୋଇଛି ଡାଏରୀ, ହନୁମାନ ଚାଳିସା ବହି, ବିଭିନ୍ନ ଦେବା ଦେବୀଙ୍କମୂର୍ତ୍ତି , ଦୀପ, ଧୂପ , ଚପଲ ଆଦି ଅନେକ ଜିନିଷ।।ଚଳିତ ବର୍ଷ ପ୍ରଥମ କରି ଏଭଳି ଏକ ନୂଆ ଜିନିଷ କଟକ ଇନ କଟକ ପ୍ୟାଭିଲିୟନ ଭିତରେରେ ବିକ୍ରି ହେଉଥିଲା। ସନ୍ଧ୍ୟା ସମୟରେ ଗୋବର ତିଆରି ଜିନିଷ ନେବାକୁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ସେହିପରି ବାଲିଯାତ୍ରାର ଓରମାସ ଭିତରେ ଥିବା ଜେଲ ହସ୍ତଶିଳ୍ପ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏଠାରେ ବିକ୍ରି ହେଉଥିବା ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ଜେଲ ଭିତରେ ଥିବା କଏଦୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି । ବିନା ତାଲିମରେ କଟକ ଚୌଦ୍ୱାର ଜେଲରେ ଥିବା କଏଦୀ ମାନେ ପ୍ରସ୍ତୁତ କରିଛନ୍ତି ବିଭିନ୍ନ ହସ୍ତଶିଳ୍ପ l ଏମାନଙ୍କ ଦ୍ଵାରା ଗାମୁଛା, ବେରସିଡ, ପାପଛ, ଫିନାଇଲ, ହଳଦୀ, ରୁମାଲ, ଦରି, ଘଣା ସୋରିଷ ତେଲ, ବିଛଣା ଚାଦର ଇତ୍ୟାଦି ତିଆରି ଜିନିଷ କୁ କିଣିବାକୁ ଓରମାସ ଭିତର ଏହି ଷ୍ଟଲରେ ପ୍ରବଳ ଭିଡ଼ ଦେଖିବାକି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.