ଜମ୍ମୁ: DPS ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ପହଞ୍ଚିଲା ବୋମା ନିଷ୍କ୍ରିୟକାରୀ ଦଳ

ଜମ୍ମୁସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲକୁ ମିଳିଛି ବୋମା ଧମକ। ଜଣେ ବ୍ୟକ୍ତି କଲ୍‌ କରି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏହି ଘଟଣା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି।

ଜମ୍ମୁସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲକୁ ମିଳିଛି ବୋମା ଧମକ। ଜଣେ ବ୍ୟକ୍ତି କଲ୍‌ କରି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏହି ଘଟଣା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି। ସୂଚନା ମୁତାବକ, ସ୍କୁଲର ଜଣେ ଅଧିକାରୀଙ୍କ ନିକଟକୁ ଏହି ଫୋନ୍‌ କଲ୍‌ ଆସିଥିଲା, ଯାହାପରେ ସେ ତୁରନ୍ତ ଏ ନେଇ ପୋଲିସକୁ ଖବର ଦେଇଥିଲେ।

ବର୍ତ୍ତମାନ ଖବର ପାଇ ପୋଲିସ ଜମ୍ମୁର ରେସିଡେନ୍ସି ରୋଡ୍‌ସ୍ଥିତ ଡିପିଏସ୍‌ ସ୍କୁଲରେ ପହଞ୍ଚିଛି। ଏହାସହ ବୋମା ନିଷ୍କ୍ରିୟକାରୀ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଚଳିତବର୍ଷ କୌଣସି ସ୍କୁଲକୁ ବୋମା ଧମକ ମିଳିିବାର ଏହା ପ୍ରଥମ ଘଟଣା ନୁହେଁ, ଏଥି ପୂର୍ବରୁ ମଧ୍ୟ ଦେଶର ଅନେକ ସ୍କୁଲକୁ ଏପରି ଧମକପୂର୍ଣ୍ଣ କଲ୍‌ ଆସିସାରିଛି।

ନିକଟରେ ବେଙ୍ଗାଲୁରୁର କିଛି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା, ଯାହାପରେ ପୋଲିସ ଇଣ୍ଟରପୋଲ୍‌ର ସହାୟତା ମାଗିଥିଲା। କିନ୍ତୁ ପୋଲିସକୁ ଯାଞ୍ଚରେ କିଛି ବି ମିଳିପାରି ନ ଥିଲା। ସେପଟେ ଦିଲ୍ଲୀର ଅନେକ ସ୍କୁଲକୁ ମଧ୍ୟ ଇ-ମେଲ୍‌ ଜରିଆରେ ବୋମା ଧମକ ମିଳିଛି। ଗତ ଏପ୍ରିଲରେ ଦିଲ୍ଲୀର ମଥୁରା ରୋଡ୍‌ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଏହାପରେ ସ୍କୁଲକୁ ସଙ୍ଗେ ସଙ୍ଗେ ଖାଲି କରି ଦିଆଯାଇଥିଲା। ଏଠାରେ ମଧ୍ୟ ପୋଲିସକୁ କିଛି ମିଳି ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.