Below header

ଗଣ୍ଡଗୋଳରେ ଜଗା ଆହତ, ମୁଣ୍ଡ ମାଡ଼ ହେବାରୁ କରାଗଲା ସିଟି ସ୍କାନ

ଅଟୋ ପାର୍କିଂରୁ ଗଣ୍ଡଗୋଳ, ତଳେ ପଡ଼ିଗଲା ଜଗା । ମୁଣ୍ଡ ମାଡ଼ ହେବାରୁ କରାଗଲା ସିଟି ସ୍କାନ। କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗାର ମୁଣ୍ଡ ମାଡ ହୋଇଛି।

କନ୍ଧମାଳ (କେନ୍ୟୁଜ ): ଅଟୋ ପାର୍କିଂରୁ ଗଣ୍ଡଗୋଳ, ତଳେ ପଡ଼ିଗଲା ଜଗା । ମୁଣ୍ଡ ମାଡ଼ ହେବାରୁ କରାଗଲା ସିଟି ସ୍କାନ। କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗାର ମୁଣ୍ଡ ମାଡ ହୋଇଛି।

ଅଭିଯୋଗ ଅନୁଯାୟୀ, ଆଜି ସକାଳେ ବାପାଙ୍କ ସହ ମର୍ଣ୍ଣିଂ ୱାକରେ ଯାଇଥିଲା ଜଗା । ଚା ପିଇଲା ବେଳେ ଅଟୋ ପାର୍କିଂ ନେଇ ଜଗା ବାପାଙ୍କର ଜଣେ ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା । ପରେ ମାରପିଟ୍ ମଧ୍ୟ ହୋଇଥିଲା। ଏହି ସମୟରେ ତଳେ ପଡିଯାଇଥିଲା ଜଗା । ଫଳରେ ଜଗାର ମୁଣ୍ଡ ମାଡ ହୋଇଥିଲା। ପରେ ହସ୍ପିଟାଲ ନେବା ସିଟି ସ୍କାନ କରାଯାଇଛି। ଏବେ ଜଗାର ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଫୁଲବାଣି ଏଡିଏମଓ । ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.