ତାଣ୍ଡବ ରଚିବା ପରେ ଦୁର୍ବଳ ହେଉଛି ମିଗଜୋମ, କେନ୍ଦ୍ରକୁ ୫,୦୬୦ କୋଟି ସାହାଯ୍ୟ ମାଗିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଧୀରେ ଧୀରେ ବାତ୍ୟା ମିଗଜୋମ ଦୁର୍ବଳ ହେବାରେ ଲାଗିଛି । ବାତ୍ୟା ମିଗଜୋମ ଯୋଗୁଁ ହୋଇଥିବା କ୍ଷତିକୁ ନେଇ ତାମିଲନାଡୁ ସରକାର କେନ୍ଦ୍ରକୁ ୫,୦୬୦ କୋଟି ଟଙ୍କା ସହାୟତା ରାଶି ମାଗିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ବନ୍ଧରେ ଚିଠି ଲେଖିଛନ୍ତି ।

ଧୀରେ ଧୀରେ ବାତ୍ୟା ମିଗଜୋମ ଦୁର୍ବଳ ହେବାରେ ଲାଗିଛି । ଚେନ୍ନାଇରେ ସବୁ ସ୍କୁଲ ଓ କଲେଜ ବନ୍ଦ ରହିଛି । ଚେନ୍ନାଇ ସହରର ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଗାଏବ ରହିଛି । ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବାତ୍ୟା ପ୍ରଭାବ ଦେଖି ଏନଡିଆରଏଫର ଅତିରିକ୍ତ ଟିମ ଡକାଯାଇଛି । ତଳିଆ ଅଞ୍ଚଳରେ ୩୦୦ରୁ ଅଧିକ ଡଙ୍ଗା କାମରେ ଲାଗିଛି । ପାଖାପାଖି ୫ ହଜାରରୁ ଅଧିକ ସରକାରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ବାତ୍ୟା ମିଗଜୋମ ଯୋଗୁଁ ହୋଇଥିବା କ୍ଷତିକୁ ନେଇ ତାମିଲନାଡୁ ସରକାର କେନ୍ଦ୍ରକୁ ୫,୦୬୦ କୋଟି ଟଙ୍କା ସହାୟତା ରାଶି ମାଗିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ବନ୍ଧରେ ଚିଠି ଲେଖିଛନ୍ତି ।

ନେଲୋର ଓ ମଚ୍ଛଲିପଟନମ୍‌ ମଧ୍ୟରେ ବାପାଟଲା ନିକଟରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିଥିଲା । ତାମିଲନାଡ଼ୁର ଚେନ୍ନାଇ ସହର ଏବେ ଉବୁଟୁବୁ ହେଉଛି । ‌ଟ୍ରେନ୍‌, ବିମାନ ସେବା ସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି । ତାମିଲନାଡୁରେ ଜଳପ୍ରଳୟ ସୃଷ୍ଟି ହୋଇଛି । ଦୁଇ ଦିନ ହେଲା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଏପର୍ଯ୍ୟନ୍ତ ପ୍ରାୟ ୫୦୦ ମିଲିମିଟର ବର୍ଷା ହେଲାଣି । ଚେନ୍ନାଇ ପାଲମ୍‌ ଅଞ୍ଚଳରେ ରାସ୍ତାରେ ଅଣ୍ଟାଏ ପାଣି ଚାଲିଛି । ପାଣି ଏତେ ଯେ ସାହି ଭିତରେ ଡଙ୍ଗା ଚାଲିଛି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତାଘାଟ ଓ ଦୋକାନ ବଜାର ଉବୁଟୁବୁ ହେଉଥିବା ବେଳେ, ବହୁ ସ୍ଥାନରେ ବସ୍, ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହାନ ପାଣି ଭିତରେ ଅଟକି ରହିଛି । ମିଗଜୋମ ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି ।

ପ୍ରବଳ ବର୍ଷା ଫଳରେ ୱାଲାଝା ରୋଡ, ମାଉଣ୍ଟ ରୋଡ, ଆନ୍ନା ସଲାଇ, ଚେପକର ତଳିଆ ଅଞ୍ଚଳରେ ଘରେ ପଶିଛି ପାଣି । ଚେନ୍ନାଇ ସହ ଥିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗଲପାଟ୍ଟୁର ସମସ୍ତ ଶିକ୍ଷାନୁଷ୍ଠାନ, ଘରୋଇ ଓ ସରକାରୀ ଅନୁଷ୍ଠାନକୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଅନେକ ଟ୍ରେନ ଗତିପଥ ବଦଳିବା ସହ ବହୁ ଟ୍ରେନ ଚଳାଚଳ ବାତିଲ ହୋଇଛି । ରବିବାର ଠାରୁ ଲାଗି ରହିଥିବା ବର୍ଷା ଫଳରେ ଚେନ୍ନାଇ ବର୍ଷା ୮୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଇଛି । ତେବେ ଏନଡିଆରଏଫ ଟିମ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପଡୁଚେରୀରେ ୨୧ ଟିମ୍‌ ନିୟୋଜିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.