Below header

ମିଗଜୋମ ପ୍ରଭାବରେ ତାମିଲନାଡୁରେ ବର୍ଷା ତାଣ୍ଡବ: ବନ୍ୟା ସ୍ରୋତରେ ଭାସିଲା କାର ଓ ଗାଡ଼ିମଟର

ମିଗଜୋମ ପ୍ରଭାବରେ ତାମିଲନାଡୁରେ ବର୍ଷା ତାଣ୍ଡବ। ଉବୁଟୁବୁ ଚେନ୍ନାଇ। ରାସ୍ତାରେ ଆଣ୍ଠୁଏ ଉଚ୍ଚ ପାଣିର ସୁଅ। ବିମାନ ବନ୍ଦର ଜଳାର୍ଣ୍ଣବ। ରନୱେରେ ଫୁଟେ ଉଚ୍ଚର ପାଣି ପ୍ରବାହିତ। ଅନେକ ତଳିଆ ଅଞ୍ଚଳରେ ଘରେ ପଶିଛି ବନ୍ୟା ଜଳ। ବନ୍ୟା ସ୍ରୋତରେ ଭାସିଲା କାର ଓ ଗାଡ଼ିମଟର। କେଉଁଠି ବନ୍ୟା ପାଣିରେ ବୁଡ଼ି ରହିଛି ଟ୍ରକ।

ତାମିଲନାଡୁ: ମିଗଜୋମ ପ୍ରଭାବରେ ତାମିଲନାଡୁରେ ବର୍ଷା ତାଣ୍ଡବ। ଉବୁଟୁବୁ ଚେନ୍ନାଇ। ରାସ୍ତାରେ ଆଣ୍ଠୁଏ ଉଚ୍ଚ ପାଣିର ସୁଅ। ବିମାନ ବନ୍ଦର ଜଳାର୍ଣ୍ଣବ। ରନୱେରେ ଫୁଟେ ଉଚ୍ଚର ପାଣି ପ୍ରବାହିତ। ଅନେକ ତଳିଆ ଅଞ୍ଚଳରେ ଘରେ ପଶିଛି ବନ୍ୟା ଜଳ। ବନ୍ୟା ସ୍ରୋତରେ ଭାସିଲା କାର ଓ ଗାଡ଼ିମଟର। କେଉଁଠି ବନ୍ୟା ପାଣିରେ ବୁଡ଼ି ରହିଛି ଟ୍ରକ। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ଅନେକ ଟ୍ରେନ ଗତିପଥ ବଦଳିବା ସହ ବହୁ ଟ୍ରେନ ଚଳାଚଳ ବାତିଲ ହୋଇଛି।

ବର୍ଷା ଯୋଗୁ ତାମିଲନାଡୁରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ବିମାନବନ୍ଦର,ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପାଣି ଜମି ରହିଛି। ଲୋକମାନଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ପ୍ରଭାବିତହୋଇଛି ବିଦ୍ୟୁତ ଓ ଟେଲି ଯୋଗାଯୋଗ। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସ୍ଥିତିର ଅନୁଧ୍ଯାନ କରିବା ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ୫ହଜାର ରିଲିଫ କେନ୍ଦ୍ର ଖୋଲାଯାଇଛି। ଏନଡିଆରଏଫର ୨୯ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.